Below header

ଜାଣନ୍ତୁ କେମିତି ଆର୍ବିଭାବ ହୋଇଥିଲେ ମା’ ସମଲେଶ୍ଵରୀ

ସମ୍ୱଲପୁର ହେଉଛି ବହୁ ପୁରୁଣା ସହର । ସମ୍ୱଲରୁ ହୋଇଛି ସମ୍ୱଳପୁର। ମା' ସମଲେଶ୍ଵରୀ ଓ ସମ୍ୱଲପୁର ପରସ୍ପର ପରିପୂରକ, ଅବିଛେଦ । ସମ୍ୱଲ ବା ସମ୍ୱଲପୁରର ଇଶ୍ଵରୀ ହେଉଛନ୍ତି ମା' ସମଲେଶ୍ଵରୀ । ପୁରା ପଶ୍ଚିମ ଓଡ଼ିଶାର ଆରଧ୍ୟା ଦେବୀ ହେଉଛନ୍ତି ମା' ସମଲେଶ୍ଵରୀ ।

ସମ୍ୱଲପୁର (କେନ୍ୟୁଜ): ସମ୍ୱଲପୁର ହେଉଛି ବହୁ ପୁରୁଣା ସହର । ସମ୍ୱଲରୁ ହୋଇଛି ସମ୍ୱଳପୁର। ମା’ ସମଲେଶ୍ଵରୀ ଓ ସମ୍ୱଲପୁର ପରସ୍ପର ପରିପୂରକ, ଅବିଛେଦ । ସମ୍ୱଲ ବା ସମ୍ୱଲପୁରର ଇଶ୍ଵରୀ ହେଉଛନ୍ତି ମା’ ସମଲେଶ୍ଵରୀ । ପୁରା ପଶ୍ଚିମ ଓଡ଼ିଶାର ଆରଧ୍ୟା ଦେବୀ ହେଉଛନ୍ତି ମା’ ସମଲେଶ୍ଵରୀ । ୧୫୫୬ ମସିହାରେ ରାଜା ବଳରାମ ଦେବ ସମ୍ୱଲପୁରରେ ତାଙ୍କର ନଗର ପ୍ରତିଷ୍ଠା କରିବା ପାଇଁ ପାଟଣାରୁ ସମ୍ୱଲପୁର ଆସିଥିଲେ।

ତେବେ କିମ୍ୱଦନ୍ତି ଅନୁସାରେ ମା’ ସମଲେଶ୍ଵରୀଙ୍କ ଆର୍ବିଭାବର ଅନେକ କାହାଣୀ ରହିଛି। ୧୫୫୬ ମସିହାରେ ରାଜା ବଳରାମ ଦେବ ତାଙ୍କ ପୋଷା କୁକୁର ସହ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଠେକୁଆ ରାଜାଙ୍କ କୁକୁରକୁ ଗୋଡ଼ାଉଥିଲା । କୁକୁରଟି ଭୟରେ ରାଜାଙ୍କ ନିକଟକୁ ଫେରି ଆସିଥିଲା। ଏହା ଦେଖି ରାଜା ଚକିତ ହୋଇଥିଲେ।

ତେବେ ସେହି ରାତି ରାଜାଙ୍କୁ ମା’ ସମଲେଶ୍ଵରୀଙ୍କ ସ୍ଵପ୍ନ ହୋଇଥିଲା । ନଦୀ ତଟରେ ଏକ ସିମୁଳି ବୃକ୍ଷ ତଳେ ମାଙ୍କର ଆର୍ବିଭାବ ହୋଇଛି। ମା’ ଙ୍କୁ ସେଠାରୁ ନେଇ ନିଜ ନଗରରେ ସ୍ଥାପିତ କରିବା ସହ ମନ୍ଦିର ନିର୍ମାଣ କରିବାକୁ ମା’ ଙ୍କ ସ୍ଵପ୍ନାଦେଶ ହେବା ପରେ ରାଜା ତତକ୍ଷଣାତ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଇଥିଲେ । ସମଲେଶ୍ଵରୀ ମନ୍ଦିର ନିର୍ମାଣ ଶୈଳୀ ଓ ସ୍ଵଂୟ ମାଙ୍କ ଗଠନ ଅଦ୍ଭୁତ ।

ମନ୍ଦିରର ମୂଳ ଆଧାର ନାଗରା ଶୈଳୀର ଅଟେ । ମା’ ସମଲେଶ୍ଵରୀଙ୍କ ସ୍ଵରୂପ କୌଣସି ବୈଦିକ ଅନୁଯାୟୀ ହୋଇନାହିଁ ।ଏକ ବୃହତ ପ୍ରସ୍ତର ଖଣ୍ଡର ତଳ ଭାଗରେ ଜିଭ ଭଳି ଏକ ଅଙ୍କୁରିତ ଅଂଶ ରହିଛି । ଏହି ମନ୍ଦିର ନିର୍ମାଣ ପରେ ସମ୍ୱଲପୁର ସହରର ଦୃତ ଉନ୍ନତି ଘଟିଥିଲା । ସମ୍ୱଲପୁର ସହରକୁ ବାହାର ଜିଲ୍ଲା ତଥା ରାଜ୍ୟରୁ ଅନେକ ଲୋକ ଆସି ଏଠାରେ ବସତି ସ୍ଥାପନ କରିଥିଲେ।

ତେବେ ଧିରେ ଧିରେ ମାଙ୍କ ମହିମା ପ୍ରଚାର ହେବାରେ ଲାଗିଲା । ଜିଲ୍ଲା , ରାଜ୍ୟ ତଥା ବିଦେଶରେ ମଧ୍ୟ ମାଙ୍କ ବିଷୟରେ ଭକ୍ତ ମାନେ ଜାଣି ପାରିଲେ । ତେବେ ଅନ୍ୟାନ୍ୟ ଦେବା ଦେବି ମନ୍ଦିର ଭଳି ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ପୂଜାବିଧି ଓ ବିଭିନ୍ନ ତିଥିରପର୍ବ ପର୍ବାଣୀ ନିଶ୍ଚିତ କରାଯାଇଛି। ଆଶ୍ଵୀନ ମାସରେ ମାଙ୍କର ବିଶେଷ ପୂଜା ହୋଇଥାଏ । ଅମାବାସ୍ୟାରେ ମାଁ ଧବଳମୂଖି ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଏହି ଦିନରେ ମାଙ୍କ ତାଙ୍କର ନାଲି ରଙ୍ଗ ପରିବର୍ତେ ଶ୍ରଦ୍ଧାଳୁ ମାନଙ୍କୁ ଶ୍ଵେତ ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ଏହି ଦର୍ଶନକୁ ଗଙ୍ଗା ଦର୍ଶନ ବୋଲି ଭଧ୍ୟ କୁହାଯାଇଥାଏ। ନବରାତ୍ରୀ ସମୟରେ ମା’ ୯ଟି ରୂପରେ ପୂଜା ପାଇଥାନ୍ତି। କୃଷକ ମାନେ ତାଙ୍କର ନୂତନ ଉପ୍ତାଦିତ ଶସ୍ୟକୁ ପ୍ରଥମେ ମାଙ୍କ ଠାରେ ଅର୍ପଣ କରୁଥିବାରୁ ପରବର୍ତି ସମୟରେ ଏହା ଏକ ପର୍ବ ରୂପ ଧରଣ କରି ନୂଆଁଖାଇ ନାମରେ ପରିଚିତ ହୋଇଛି। ଏହି ପର୍ବଟି ସମଗ୍ର ପଶ୍ଚିମ ଓଡ଼ିଶାର ବନ ପର୍ବ ରୂପେ ଆଜି ଯାଏ ପାଳନ କରାଯାଉଛି।

ସମଶ୍ଵେରୀ କେବଳ ଯେ ସମ୍ୱଲପୁରର ଆରାଧ୍ୟା ଦେବୀ ତାହା ନୁହେଁ । ସମଗ୍ର ପଶ୍ଚିମ ଓଡ଼ିଶାର ସେ ହେଉଛନ୍ତି ଇଷ୍ଟଦେବୀ । ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ମା’ ସମଶ୍ଵେରୀଙ୍କ ଅନେକ ମନ୍ଦିର ରହିଛି । ତେବେ ମାଙ୍କର ମୂଳ ପୀଠରେ ଏବେ ଆରମ୍ଭ ହୋଇଛି ବିକାଶ ମୂଳକ କାମ । ଯାହା ଏକ ପରିବର୍ତନର ଆହ୍ୱାନ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.