ଜାନୁୟାରୀ ୨୨ କାର୍ଯ୍ୟକ୍ରମ ପାଇଁ ବାଉଁଶ ଲଦି ଅଯୋଧ୍ୟା ଯାଉଥିବା ଗାଡ଼ି ଓଲଟିଲା, ୨ ଶ୍ରମିକ ମୃତ; ୭ ଆହତ

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ଡିସିଏମ୍‌ ଗାଡ଼ିରେ ବାଉଁଶ ଓ କାଠ ବୋଝେଇ କରି ଅଯୋଧ୍ୟା ଯାଉଥିଲେ ।

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ଡିସିଏମ୍‌ ଗାଡ଼ିରେ ବାଉଁଶ ଓ କାଠ ବୋଝେଇ କରି ଅଯୋଧ୍ୟା ଯାଉଥିଲେ । ୨୮ ନଂ. ଜାତୀୟ ରାଜପଥର ଅମହଟ ବ୍ରିଜ୍‌ ନିକଟରେ ହଠାତ୍‌ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଚାପି ହୋଇ ୨ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

ଘଟଣା ଘଟିଛି ବସ୍ତିର ସଦର କୋତଓ୍ଵାଲି ଅଞ୍ଚଳରେ । ଏଠାରେ ୭ ଜଣ ଶ୍ରମିକ ଗାଡ଼ିରେ ବାଉଁଶ ଓ କାଠ ଲଦି ଜାନୁୟାରୀ ୨୨ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଯାଉଥିଲେ । ହେଲେ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଆହତ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, ଶ୍ରମିକମାନେ ଗୋରଖପୁରର ଖଜନୀରୁ ଅଯୋଧ୍ୟା ଯାଉଥିଲେ । ଗୋରଖପୁରରୁ ୩ଟି କମର୍ସିଆଲ ଗାଡ଼ି ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ସେଥିରୁ ବାଉଁଶ ବୋଝେଇ ଗାଡ଼ିଟି କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବର୍ତ୍ତମାନ ଆହତ ଶ୍ରମିକମାନେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ସେପଟେ ମୃତକ ଦ୍ୱୟଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.