Below header

ଭାରତରେ ଏପରି ଏକ ସ୍ଥାନ ଯେଉଁଠାକୁ ଲୋକମାନେ ଯାଆନ୍ତି ନାହିଁ, ଜାଣନ୍ତୁ ଏହି ସ୍ଥାନରେ କ’ଣ ରହିଛି ବିଶେଷ

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠିକୁ ଯିବା ନିଷେଧ ରହିଛି । ଏହି ସ୍ଥାନ ଆଣ୍ଡାମାନର ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ବଙ୍ଗୋପସାଗରରେ ଅବସ୍ଥିତ ରହିଛି ।

ଆପଣମାନେ ଜାଣିଛନ୍ତି କି ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠିକୁ ଯିବା ନିଷେଧ ରହିଛି । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଆମ ଦେଶରେ ଏପରି ଏକ ସ୍ଥାନ ଅଛି କି ଯେଉଁଠିକୁ କୌଣସି ବ୍ୟକ୍ତି ଯାଇପାରିବେ ନାହିଁ । ଏହି ସ୍ଥାନ ଆଣ୍ଡାମାନର ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ବଙ୍ଗୋପସାଗରରେ ଅବସ୍ଥିତ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ଯେ କାହିଁକି ସେହି ସ୍ଥାନକୁ ଯିବା ନିଷେଧ ହୋଇଥାଏ ।

ଆଣ୍ଡାମାନରେ କେଉଁଠାରେ ଏହି ସ୍ଥାନ ରହିଛି ?
ଏହି ସ୍ଥାନ ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ବଙ୍ଗୋପସାଗରରେ ପ୍ରାୟ ତିନି କିଲୋମିଟର ବ୍ୟାସାର୍ଦ୍ଧରେ ବ୍ୟାପିଛି, ଯାହାକୁ ବାରେନ୍ ଦ୍ୱୀପର ଏକ ଆଗ୍ନେୟଗିରି ବୋଲି କୁହାଯାଏ । ଏହି ସ୍ଥାନ ଚାରିପାଖରେ ଗଛ କିମ୍ବା କୌଣସି ଜନସଂଖ୍ୟା ନାହିଁ । ଏଠାରେ କୌଣସି ପ୍ରାଣୀ ମଧ୍ୟ ବସବାସ କରନ୍ତି ନାହିଁ । କାରଣ ଏହି ସ୍ଥାନଟି ମରୁଭୂମି ଭଳି ଅଞ୍ଚଳ । ତେବେ ଏହି ଆଗ୍ନେୟଗିରି ପ୍ରଥମେ ୧୭୮୭ ମସିହାରେ ବିସ୍ଫୋରଣ ହୋଇଥିଲା । ସେବେଠାରୁ ଏହି ଆଗ୍ନେୟଗିରି ଦଶରୁ ଅଧିକ ଥର ବିସ୍ଫୋରଣ ହୋଇସାରିଲାଣି ।

ଆଗ୍ନେୟଗିରିରୁ କେବେ ଧୂଆଁ ବାହାରିଲା ?
୧୭୮୭ ମସିହାରେ ଏହି ଆଗ୍ନେୟଗିରିରୁ ଧୂଆଁ ଏବଂ ଲାଭା ବାହାରୁଥିବାର ଦେଖାଯାଇଥିଲା । ଯାହା ପରେ ଆଗ୍ନେୟଗିରିର ବିସ୍ଫୋରଣ ୧୧ ଥର ରେକର୍ଡ କରାଯାଇଛି । ଏହା ବ୍ୟତୀତ ସେହି ସ୍ଥାନରୁ ସମୟ ସମୟରେ ଧୂଆଁ ବାହାରିବାରେ ଲାଗେ, ଯାହାର ଅର୍ଥ ହେଉଛି ଏହା କ୍ରମାଗତ ଭାବରେ ଜଳୁ ଥାଏ । ତେବେ ଏହି ସ୍ଥାନକୁ ଯିବାକୁ ହେଲେ ଆପଣଙ୍କୁ ଦ୍ୱୀପ ସମୁହ ଏବଂ ବନ ବିଭାଗରୁ ବିଶେଷ ଅନୁମତି ନେବାକୁ ପଡିଥାଏ । ପ୍ରାୟ ଦେଢ ଶତାବ୍ଦୀ ନିଷ୍କ୍ରିୟତା ପରେ, ୧୯୯୧ରେ ଆଉ ଏକ ବିସ୍ଫୋରଣ ହୋଇଥଇଲା । ଯାହା ଛଅ ମାସ ଧରି ଚାଲିଥିଲା ଏବଂ ବହୁତ କ୍ଷତି ମଧ୍ୟ ହେଇଥିଲା ।

ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି :
ସୂଚନା ଅନୁଯାୟୀ, ଏହି ଆଗ୍ନେୟଗିରି ସୁନାମି ସମୟରେ ମଧ୍ୟ ଜଳିବାରେ ଲାଗିଥିଲା । ବୈଜ୍ଞାନିକମାନେ ଏପରି କହିବାର କାରଣ ହେଉଛି ପୃଥିବୀ ଭିତରେ ଯେକୌଣସି ପ୍ରକାରର ଗତିବିଧି ହେବା ଦ୍ୱାରା ଆଗ୍ନେୟଗିରି ଫାଟିବା ପାଇଁ ଲାଗିଥାଏ । ତେବେ ଏହା ୨୦୧୬ ମସିହାରେ ଫାଟିଥିଲା ଏବଂ ଲାଭା ଅନେକ ଦିନ ପର୍ଯ୍ୟନ୍ତ ବାହାରି ଥିଲା । ସ୍କୁବା ଡାଇଭିଂ ଶିଖିବା ପାଇଁ ବ୍ୟାରେନ୍ ଦ୍ୱୀପପୁଞ୍ଜର ପାଣିକୁ ସମଗ୍ର ବିଶ୍ୱରେ ବହୁତ ଭଲ ଏବଂ ନିରାପଦ ବିବେଚନା କରାଯାଏ । ତେବେ ଜିଓଲୋଜି ର୍ସଭେ ଅଫ୍‌ ଇଣ୍ଡିଆ ସେଟେଲାଇଟ୍‌ ମାଧ୍ୟମରେ ଆଗ୍ନେୟଗିରି ଉପରେ ନଜର ରଖାଯାଏ । ଏହା ପୃଥିବୀ ମଧ୍ୟରେ ହେଉଥିବା ଗତିବିଧିକୁ ରେକର୍ଡିଂ କରିବାରେ ମଧ୍ୟ ଅନେକ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.