ଭାରତ-ଆଫଗାନିସ୍ତାନ ଟି୨୦: ଦୁଇ ସୁପର ଓଭର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌, ସବୁଠାରୁ ଅଧିକ ରନ୍‌ କରିଥିବା ଦ୍ୱିତୀୟ ମ୍ୟାଚ୍‌

ବେଙ୍ଗାଲୁରୁରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି୨୦ ମ୍ୟାଚ ସିରିଜର ଶେଷ ମ୍ୟାଚ ଟାଇ ରହିବା ପରେ ସୁପର ଓଭର ଖେଳାଯାଇଥିଲା ଏହା ମଧ୍ୟ ଟାଇ ରହିଥିଲା । ଏଥିପାଇଁ ଆଉ ଥରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ହୋଇଛି ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି୨୦ ମ୍ୟାଚ ସିରିଜର ଶେଷ ମ୍ୟାଚ ବହୁତ ରୋମାଞ୍ଚକପୂର୍ଣ୍ଣ ରହିଥିଲା । ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚ ଟାଇ ରହିବା ପରେ ସୁପର ଓଭର ମଧ୍ୟ ଟାଇ ରହିଥିଲା । ଏଥିପାଇଁ ଆଉ ଥରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ତେବେ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଦୁଇ ଦୁଇ ଥର ସୁପର ଓଭର ଖେଳିବାକୁ ପଡିଲା । ଏହା ସହିତ ଏହା ସବୁଠାରୁ ଅଧିକ ରନ ହୋଇଥିବା ଦ୍ୱିତୀୟ ମ୍ୟାଚ ଭାବେ ରେକର୍ଡ କରିଛି ।

ଏହି ମ୍ୟାଚରେ ଅନେକ ହୋଇଥିବା ରେକର୍ଡ:

– ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ ଦୁଇ-ଦୁଇ ଥର ସୁପର ଓଭର ଖେଳାଯାଇଥିଲା । ପୂର୍ବରୁ ଏଭଳି କେବଳ ୨୦୨୦ରେ ଆଇପିଏଲ ମ୍ୟାଚରେ ହୋଇଛି ।

– ଏହି ମ୍ୟାଚରେ ଦୁଇଟି ଯାକ ଟିମ୍‌ ୨୧୨-୨୧୨ ରନ୍‌ କରିଥିଲେ । ତେଣୁ ୪୦ ଓଭରରେ ପାଖାପାଖି ୪୨୪ ରନ ହୋଇଥିଲା । ଏହାସତ୍ତ୍ୱେ ମ୍ୟାଚ୍‌ ଟାଇ ରହିଥିଲା । ଏହା ସବୁଠାରୁ ଅଧିକ ରନ୍‌ ହୋଇଥିବା ଦ୍ୱିତୀୟ ମ୍ୟାଚ୍‌ । ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ମ୍ୟାଚରେ ହୋଇଥିଲା ।

– ରୋହିତ ଶର୍ମା ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ।

– ରୋହିତ ଏବଂ ରିଙ୍କୁଙ୍କ ମଧ୍ୟରେ ୧୯୦ ରନର ପାର୍ଟନରସିପ ହୋଇଥିଲା । ଏହା ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ସବୁଠାରୁ ଅଧିକ ସହଭାଗିତା । ଏହାପୂର୍ବରୁ ଦୀପକ ହୁଡ୍ଡା ଏବଂ ସଞ୍ଜୁ ସାମସନ ୨୦୨୨ରେ ଆୟରଲାଣ୍ଡ ବିପକ୍ଷରେ ୧୭୬ ରନ୍‌ କରିଥିଲେ ।

– ଭାରତ ଶେଷ ଦୁଇ ଓଭରରେ ୫୮ ରନ୍‌ କରିଥିଲା । ଏହା ଟି୨୦ କ୍ରିକେଟରେ ୧୯-୨୦ ଓଭରରେ ସବୁଠାରୁ ଅଧିକ ରନ୍‌ । ଏହାପୂର୍ବରୁ ରେକର୍ଡ ନେପାଳ(୫୫) ନାମରେ ଥିଲା ।

– ଏହି ମ୍ୟାଚରେ ଶେଷ ଓଭରରେ ୩୬ ରନ୍‌ ହୋଇଥିଲା ।

– ଏହି ମ୍ୟାଚରେ ଶେଷ ୫ ଓଭରରେ ୧୦୩ ରନ୍‌ ହୋଇଥିଲା । ୧୬ ରୁ ୨୦ ଓଭର ମଧ୍ୟରେ ସବୁଠାରୁ ଅଧିକ ରନ୍‌ କରିଥିବା ମାମଲାରେ ଦ୍ୱିତୀୟ ସ୍ଥାନରେ ଥିଲା ଏହି ମ୍ୟାଚ୍‌ ।

ତୃତୀୟ ଟି୨୦ରେ ଆଫଗାନିସ୍ତାନକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ପ୍ରଥମ ସୁପର ଓଭର ଟାଇ ପରେ ଦ୍ବିତୀୟ ସୁପର ଓଭରରେ ବାଜି ମାରିଛି ଭାରତ ।  ରବି ବିଷ୍ଣୌଇ ୩ଟି ବଲରେ ୩ଟି ୱିକେଟ୍ ନେଇ ଦଳକୁ ବିଜୟୀ କରିଛନ୍ତି  ।  ରୋହିତ ମ୍ୟାଚ୍ ଅଫ ଦ ମ୍ୟାଚ ଓ ଶିବମ ଦୁବେ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.