ଲଞ୍ଚ ହେଲା Samsung Galaxy S24 ସିରିଜ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

କାଲିଫର୍ନିଆର ସେନ ଜୋସରେ ଥିବା SAP ସେଣ୍ଟରରେ ଆୟୋଜିତ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ୨୦୨୪ ଇଭେଣ୍ଟରେ କମ୍ପାନୀ ଏହାର ଫ୍ଲାଗସିପ୍ ଗାଲାକ୍ସି S24 ସିରିଜ୍ ସହିତ ଅନ୍ୟାନ୍ୟ ନୂତନ ଉତ୍ପାଦକୁ ଉନ୍ମୋଚନ କରିଥିଲା ​​। ଇଭେଣ୍ଟ ସମୟରେ ସାମସଙ୍ଗ ତିନୋଟି ଫୋନ୍ ଲଞ୍ଚ କରିଥିଲା ​​ଯେଉଁଥିରେ ଗାଲାକ୍ସି S24 ଅଲଟ୍ରା, ଗାଲାକ୍ସି S24 ପ୍ଲସ୍ ଏବଂ ଗାଲାକ୍ସି S24 ଅନ୍ତର୍ଭୁକ୍ତ ।

ସାମସଙ୍ଗ CES ୨୦୨୪ ରେ ଏହାର ବେଲି ରୋବଟ୍ର ଅପଡେଟ୍ ସଂସ୍କରଣ ଉପସ୍ଥାପନ କରିଛି । ତେବେ ଏହି ସାମସଙ୍ଗ ଇଭେଣ୍ଟରେ କେଉଁ ଡିଭାଇସ୍ ଲଞ୍ଚ କରାଯାଇଛି ଆସନ୍ତୁ ଜାଣିବା । ସାମସଙ୍ଗ ଗାଲାକ୍ସି S24 ସିରିଜ୍ ସହିତ AI ନୋଟ୍ ଆସିଷ୍ଟ୍, ଫୋଟୋମୋଜିସ୍, ସର୍କଲ୍ ଟୁ ସର୍ଚ୍ଚ ଏବଂ real-time language translation ସହିତ ଅନେକ AI ଫିଚର ଘୋଷଣା କରିଛି । ସାମସଙ୍ଗ ଗାଲାକ୍ସି S24 ରେ ଗୁଗୁଲ୍ ଲେନ୍ସରେ ‘ସର୍କଲ୍ ଟୁ ସର୍ଚ୍ଚ’ ଫିଚର ପ୍ରଦାନ କରାଯାଇଛି ।

ଏହି ଫିଚରରେ, ଫୋନ୍ କଲ ପାଇଁ ପ୍ରିଭିଅସ-ଅନାଉନ୍ସ ‘ଲାଇଭ୍ ଟ୍ରାନ୍ସଲେସନ’ ପାଇଁ AI ବ୍ୟବହାର କରିପାରିବ । ଏହି ସାମସଙ୍ଗ ଫୋନର ନୋଟ୍ସ ଆପରେ AI ପାୱାର୍ଡ ‘ନୋଟ୍ ଆସିଷ୍ଟ୍’ ଫିଚର ମଧ୍ୟ ପ୍ରଦାନ କରାଯାଇଛି । ଗୁଗୁଲର ଏହି ଫିଚରରୁ ସାମସଙ୍ଗ ୟୁଜରମାନେ ବହୁତ ଉପକୃତ ହେବେ । ଆପଣ ସାମସଙ୍ଗ ଗାଲାକ୍ସି S24 ସ୍କ୍ରିନରେ ଯେକୌଣସି ଇମେଜ, ଭିଡିଓ କିମ୍ବା ଟେକ୍ସକୁ ସର୍କଲ କରି ସର୍ଚ୍ଚ କରିପାରିବେ । ସାମସଙ୍ଗ ଗାଲାକ୍ସି S24 ସିରିଜ୍ ସହିତ, ଆପଣ ବର୍ତ୍ତମାନ ଟୁ-ୱେ ରିଅଲ୍-ଟାଇମ୍ ଲାଇଭ୍ ଟ୍ରାନ୍ସଲେସନ କରିପାରିବେ ।

ଏହି ଫିଚର ୧୩ ଟି ଭାଷାକୁ ସପୋର୍ଟ କରେ ଏବଂ ଭାଷା ସେଟିଂକୁ ମଧ୍ୟ ମନେ ରଖେ । ସାମସଙ୍ଗ ଗାଲାକ୍ସି S24 ସିରିଜର ମୂଲ୍ୟ ବିଷୟରେ କହିବାକୁ ଗଲେ ସାମସଙ୍ଗ ଗାଲାକ୍ସି S24 ର ମୂଲ୍ୟ ୭୯୯ ଡଲାରରୁ ଆରମ୍ଭ ହୋଇଛି (ପ୍ରାୟ ୬୬,୪୪୬ ଟଙ୍କା)। ସାମସଙ୍ଗ ଗାଲାକ୍ସି S24 ପ୍ଲସର ମୂଲ୍ୟ ୯୯୯ ଡଲାରରୁ ଆରମ୍ଭ ହୋଇଛି (ପ୍ରାୟ ୮୩,୦୭୯ ଟଙ୍କା)। ସାମସଙ୍ଗ ଗାଲାକ୍ସି S24 ଅଲ୍ଟ୍ରାର ମୂଲ୍ୟ ୧୨୯୯ ଡଲାରରୁ ଆରମ୍ଭ ହୋଇଛି (ପ୍ରାୟ ୧,୦୮,୦୩୭ ଟଙ୍କା)।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.