ବଢିବ ପ୍ରତିଯୋଗିତା, Akasa Air ଦେଲା ୧୫୦ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ଅର୍ଡର

ଆକାଶା ଏୟାର ଆଗାମୀ ଦୁଇ ବର୍ଷ ମଧ୍ୟରେ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ଅପରେସନକୁ ବିସ୍ତାର କରିବା ପାଇଁ କମ୍ପାନୀ ୧୫୦ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ପାଇଁ ଅର୍ଡର ଦେଇଛି ।

ଘରୋଇ ଏୟାରଲାଇନ୍ସ କମ୍ପାନୀ ଆକାଶା ଏୟାର ୧୫୦ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ପାଇଁ ଅର୍ଡର ଦେଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ଅପରେସନକୁ ବିସ୍ତାର କରିବା ପାଇଁ କମ୍ପାନୀ ଏହି ଅର୍ଡର ଦେଇଛି ।

ଖବର ମୁତାବକ, ନୂଆ ବିମାନ ଆସିବା ଯୋଗୁଁ କମ୍ପାନୀ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ବିସ୍ତାର ଯୋଜନାରେ ମଜବୁତ ମିଳିବ । ଆକାଶା ଏୟାର ୨୦୨୧ରେ ୭୨ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ପ୍ରାରମ୍ଭିକ ଭାବେ ଅର୍ଡର ଦେଇଥିଲା । ଏହାପରେ କମ୍ପାନୀ ଜୁନ ୨୦୨୩ରେ ୪ଟି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଅର୍ଡର ଦେଇଥିଲା । ଆଉ ୨୦୨୪ ଜାନୁଆରୀରେ ଦେଇଥିବା ଅର୍ଡରକୁ ମିଶାଇ ମୋଟ ୨୨୬ ବିମାନ ଏପର୍ଯ୍ୟନ୍ତ ଆକାଶ ଏୟାରଲାଇନ୍ସ ସହିତ ଯୋଡି ହୋଇଛି ।

ବର୍ତ୍ତମାନ ସମୟରେ ଆକାଶ ଏୟାର ୨୨ଟି ବିମାନ ସଂଚାଳନ କରୁଛି । ଆଗାମୀ ୮ ବର୍ଷ ମଧ୍ୟରେ ୨୦୪ ବିମାନ ଲୋକଙ୍କୁ ସୁବିଧା ଯୋଗାଇବ । ଆକାଶ ଏୟାରର ସଂସ୍ଥାପକ ତଥା ସିଇଓ ବିନୟ ଦୁବେ କହିଛନ୍ତି, ଏହାଠାରୁ ବଡ ଏବଂ ଐତିହାସିକ ବିମାନ ଅର୍ଡର ଦ୍ୱାରା ଏୟାରଲାଇନ୍ସ ଦଶକ ଶେଷ ବେଳକୁ ଦୁନିଆର ଟପ୍‌-୩୦ ଅଗ୍ରଣୀ ଏୟାରଲାଇନ୍ସରେ ସାମିଲ ହେବ । ନିକଟ ଭବିଷ୍ୟତରେ କମ୍ପାନୀ ଅର୍ନ୍ତରାଷ୍ଟ୍ରୀୟ ସେବା ଆରମ୍ଭ କରିବେ ।
ଆକାଶା ଭାରତର ନୂଆ ଏୟାରଲାଇନ୍ସ। ୨୦୨୨ରେ ଉଡାଣ ଭରିବା ପରେ ୪% ମାର୍କେଟ ସେୟାର ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.