Below header

ଜମ୍ମୁ-କାଶ୍ମୀର: LoC ନିକଟ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ; ଜଣେ ଯବାନ ସହିଦ, ୧ ଆହତ

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ନୌସୋରାରେ ଏଲ୍‌ଓସି ନିକଟ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ ଘଟି ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଏଥିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଘଟଣା ସକାଳ ପ୍ରାୟ ସାଢ଼େ ୧୦ଟାରେ ଘଟିଛି ।

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ନୌସୋରାରେ ଏଲ୍‌ଓସି ନିକଟ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ ଘଟି ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଏଥିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଘଟଣା ସକାଳ ପ୍ରାୟ ସାଢ଼େ ୧୦ଟାରେ ଘଟିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯେତେବେଳେ ସେନାର ଯବାନମାନେ ଏଲ୍‌ଓସି ନିକଟରେ ପାଟ୍ରୋଲିଂ କରୁଥିଲେ, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପାଟ୍ରୋଲିଂ କଲାବେଳେ ଜଣେ ଯବାନଙ୍କ ଗୋଡ଼ ବାରୁଦ ସୁଡ଼ଙ୍ଗ ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଯାଇଥିଲା, ଯାହାପରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା ।

କୁହାଯାଉଛି, ଏହି ଦୁର୍ଘଟଣାରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ସେନାର ଏମ୍‌ଆଇ ରୁମ୍‌ ନିଆଯାଇଥିଲା, ସେଠାରେ ପ୍ରାଥମିକ ଉପଚାର ପରେ ଏୟାରଲିଫ୍ଟ କରାଯାଇ ଉଧମପୁରର ସେନା କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଭାରତୀୟ ସେନାର ପିଆର୍‌ଓ ଏକ ବୟାନରେ କହିଛନ୍ତି, ଜାନୁୟାରୀ ୧୮ ତାରିଖ ସକାଳ ସାଢ଼େ ୧୦ଟାରେ ନୌସୋରାରେ ଏଲ୍‌ଓସି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ସେନାର ଦୁଇ ଜଣ ଯବାନ ଆହତ ହୋଇଥିଲେ । ଉଭୟଙ୍କୁ ହେଲିକାପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇ ଉଧମପୁର ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଯବାନଙ୍କ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.