Below header

ପ୍ରତିଭା ଦେଇଛି ପରିଚୟ, କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ଆୟୁଷୀ

ଇଏ ହେଲେ୧୦ ବର୍ଷର ଝିଅ ଆୟୁଷୀ । ନିଜର ବିଚକ୍ଷଣ ପ୍ରତିଭା ଯୋଗୁଁ ଚାରିଆଡ଼ୁ ସାଉଁଟିଛନ୍ତି ପ୍ରଶଂସା । ବାଲେଶ୍ଵର ଜିଲ୍ଲା ଗବ ଗାଁ ଅଞ୍ଚଳର ସ୍ବର୍ଗତ ନନି ଗୋପାଳ ପାତ୍ର ଓ ଆଲଫା ସରିତା ମହାନ୍ତିଙ୍କ ଝିଅ ଆୟୁଷୀ । ପାଠ ସହ ଅଭିନୟ ନାଚ ଓ ଅଭିନୟରେ ପାରଙ୍ଗମ ଆୟୁଷୀ । ସ୍କୁଲ ହେଉ ଅବା ବଡ ବଡ ପ୍ରତିଯୋଗିତା ରେ ସେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦ୍ଵାରା ଅନେକ ପ୍ରଶଂସା ସାଉଟିବା ସହ ବହୁ କୃତି ଅର୍ଜନ କରିଛନ୍ତି ।

ବାଲେଶ୍ଵର : ଇଏ ହେଲେ୧୦ ବର୍ଷର ଝିଅ ଆୟୁଷୀ । ନିଜର ବିଚକ୍ଷଣ ପ୍ରତିଭା ଯୋଗୁଁ ଚାରିଆଡ଼ୁ ସାଉଁଟିଛନ୍ତି ପ୍ରଶଂସା । ବାଲେଶ୍ଵର ଜିଲ୍ଲା ଗବ ଗାଁ ଅଞ୍ଚଳର ସ୍ବର୍ଗତ ନନି ଗୋପାଳ ପାତ୍ର ଓ ଆଲଫା ସରିତା ମହାନ୍ତିଙ୍କ ଝିଅ ଆୟୁଷୀ । ପାଠ ସହ ଅଭିନୟ ନାଚ ଓ ଅଭିନୟରେ ପାରଙ୍ଗମ ଆୟୁଷୀ । ସ୍କୁଲ ହେଉ ଅବା ବଡ ବଡ ପ୍ରତିଯୋଗିତା ରେ ସେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦ୍ଵାରା ଅନେକ ପ୍ରଶଂସା ସାଉଟିବା ସହ ବହୁ କୃତି ଅର୍ଜନ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଢେ଼ଇ ବର୍ଷ ବୟସରେ ତାଙ୍କର ଅନ୍ତର୍ନିହିତ ପ୍ରତିଭା ବାହାରକୁ ପ୍ରସ୍ଫୁଟିତ ହୋଇଥିଲା । କେବଳ ନୃତ୍ୟ ନୁହେଁ ସେ ଅଭିନୟ, ମଡେଲିଂ ଏବଂ ଗୀତ ଗାଇବାରେ ସିଦ୍ଧହସ୍ତ ନୁହଁନ୍ତି ପାଠରେ ବି ସେ ବେଶ୍ ଆଗରେ । ପିଲାଟି ବେଳୁ ନୃତ୍ୟ ଓ ସଙ୍ଗୀତ ପ୍ରତି ଥିଲା ତାଙ୍କର ବହୁତ ଆଗ୍ରହ ।

ସେଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ଵାରା ତାର ପ୍ରତିଭାକୁ ଆଗକୁ ଆଣିବାକୁ ବାପା ମା ସ୍ଥିର କରିଥିଲେ। ଆଉ ସେଇଆ ହିଁ ହେଲା ଏବେ ଆୟୁଷୀ ବହୁ ପ୍ରତିଭାର ଅଧିକାରିଣୀ । ଆୟୁଷୀ ଗୀତ ହେଉ କି ନାଚ କିମ୍ବା ରାମ୍ପ ସୋ ଓ ଏକକ ଅଭିନୟରେ ନିଖୁଣ ଅଭିନୟ କରି ଅନେକ ସ୍ଥାନରୁ ପାଇ ଚାଲିଛନ୍ତି ପୁରସ୍କାର । କେତେବେଳେ ସେ ଦ୍ରୌପଦୀର ଚରିତ୍ର ତ କେତେବେଳେ କାଳୀ ନହେଲେ ଝାନସୀ ରାଣୀଙ୍କ ଚିରତ୍ରରେ ନିଜର ଅଭିନୟ କରି ବହୁ ସ୍ଥାନରୁ ପ୍ରଶଂସା ପତ୍ର ସାଉଁଟିଛନ୍ତି ।

ଆୟୁଷୀ ମଡର୍ଣ୍ଣ ପବ୍ଲିକ ସ୍ଲୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ହେଲେ କୋଭିଡ ସମୟରେ ସବୁକିଛି ଠିକ ଚାଲିଥିବା ବେଳେ ହଠାତ ପରିବାର ଉପରେ ଘୋଟି ଆସିଥିଲା କଳା ବାଦଲ। ଆୟୁଷୀ ଙ୍କ ଯେଉଁ ମାଉସୀଙ୍କ ପ୍ରଚେଷ୍ଟା ରେ ତାଙ୍କର କଳା ପ୍ରସ୍ପୁଟିତ ହୋଇଥିଲା ସେହି ମାଉସୀ ହଠାତ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଲେ। ଏହାର କିଛିଦିନ ପରେ ପୁଣି ଆୟୁଷିଙ୍କ ବାପା ମଧ୍ୟ କୋଭିଡରେ ଆରପାରିକୁ ଚାଲିଗଲେ । ଏମିତି ଦୁଇଜଣଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଆୟୁଷୀଙ୍କ ମା ଆଲଫା ସରିତା । ପ୍ରାୟ ୬ ମାସରୁ ଏକ ବର୍ଷ ଯାଏ ଆୟୁଷୀ ଆଉ କୌଣସି କଳା ପ୍ରଶିକ୍ଷଣ ଶ୍ରେଣୀରେ ଯୋଗ ଦେଇ ପାରି ନଥିଲେ। ଶେଷରେ ଭଉଣୀ ଓ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାର ଲକ୍ଷ୍ୟ ନେଇ ମନକୁ ସୁଦୃଢ଼ କରି ଆଲଫା ସରିତା ଝିଅ ଆୟୁଷିଙ୍କ ଭବିଷ୍ୟତ ଗଢିବାର ଏକମାତ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥିପାଇଁ ଵଗାଁରୁ ପଳାଇ ଆସି ଆଲଫା ନିଜ ମାଙ୍କ ସହ ଝିଅକୁ ନେଇ ଅଙ୍ଗାରଗଡ଼ିଆ ଅଞ୍ଚଳରେ ସ୍ବାମୀ ଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଲାଗି ପଡିଛନ୍ତି । ସେପଟେ ଭୁବନେଶ୍ୱର, ବେଙ୍ଗାଲୋର ହୋମିଲେଣ୍ଡ୍ ଗ୍ରୁପ୍ ଏବଂ ବାଲେଶ୍ବରର ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କାର ଓ ସାର୍ଟିଫିକେଟ ପାଇଛନ୍ତି ସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.