ମୋବାଇଲ ଛଡାଇ ଚଳନ୍ତା ଟ୍ରେନରୁ ଛୁ ମାରୁଥିଲା ଚୋର, ଖସି ପଳାଇବା ସମୟରେ ଟ୍ରେନରେ ଲଟକି ରହିଲା

ବିହାରର ଭାଗଲପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ଏକ ଚୋର ଟ୍ରେନରେ ବସିଥିବା ଯାତ୍ରୀଙ୍କ ସାମଗ୍ରୀ ଚୋରି କରିବାର ଉଦ୍ୟମ ଚୋରକୁ ଖୁବ ଭାରୀ ପଡିଛି । ଚୋରି କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ ଜଣେ ଯାତ୍ରୀ ଚୋରକୁ ଧରିପକାଇଥିଲେ ଏବଂ ଏହାପରେ ଚୋର ଦୌଡିବାକୁ ଚେଷ୍ଟା କରିଥିବା ସମୟରେ ଚଳନ୍ତା ଟ୍ରେନ୍ ବାହାରେ ଝୁଲି ପଡିଥିଲା ।

ବିଶେଷକରି ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କୁ ସେମାନଙ୍କ ସାମଗ୍ରୀର ଯତ୍ନ ନେବାକୁ ସବୁବେଳେ ପରାମର୍ଶ ଦିଆଯାଇଥାଏ, ଯାହାଦ୍ୱାରା ସେମାନେ ଚୋର ଏବଂ ବଦମାସଙ୍କର ଶିକାର ନ ହୁଅନ୍ତି । କିଛି ଲୋକ ଏହାକୁ ହାଲକା ଭାବରେ ଗ୍ରହଣ କରନ୍ତି, ସେମାନେ ଭାବନ୍ତି ଯେ ଏହା ସେମାନଙ୍କ ସହିତ କେବେବି ହେବ ନାହିଁ । କିନ୍ତୁ କିଛି ଜ୍ଞାନୀ ବ୍ୟକ୍ତି ସର୍ବଦା ସତର୍କ ରୁହନ୍ତି, ଏବଂ ବେଳେବେଳେ ଏଭଳି ଚୋରମାନଙ୍କୁ ଉଚିତ ଶିକ୍ଷା ମଧ୍ୟ ଦିଅନ୍ତି । ନିକଟରେ ବିହାରର ଏକ ଟ୍ରେନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।

ବିହାରର ଭାଗଲପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ଏକ ଚୋର ଟ୍ରେନରେ ବସିଥିବା ଯାତ୍ରୀଙ୍କ ସାମଗ୍ରୀ ଚୋରି କରିବାର ଉଦ୍ୟମ ଚୋରକୁ ଖୁବ ଭାରୀ ପଡିଛି । ଚୋରି କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ ଜଣେ ଯାତ୍ରୀ ଚୋରକୁ ଧରିପକାଇଥିଲେ ଏବଂ ଏହାପରେ ଚୋର ଦୌଡିବାକୁ ଚେଷ୍ଟା କରିଥିବା ସମୟରେ ଚଳନ୍ତା ଟ୍ରେନ୍ ବାହାରେ ଝୁଲି ପଡିଥିଲା । ଖବର ଅନୁଯାୟୀ, ଏକ ଚୋର ଜଣେ ମହିଳା ଯାତ୍ରୀଙ୍କଠାରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଟ୍ରେନରୁ ଖସିଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀମାନେ ତାକୁ ଧରିଦେଇଥିଲେ ।

ରିପୋର୍ଟରେ କୁହାଯାଇଛି ଯେ ଚୋର ଟ୍ରେନ ଭିତରକୁ ଆସିବା ସମୟରେ ମହିଳା ଯାତ୍ରୀ ଜଣକ ଫୋନରେ କଥା ହେଉଥିଲେ, ଏହି ସମୟରେ ଚୋର ତାଙ୍କ ଫୋନକୁ ଛଡ଼ାଇ ନେଇ ଟ୍ରେନରୁ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲା । ତେବେ ଅନ୍ୟ ଯାତ୍ରୀମାନେ ତାଙ୍କୁ ଧରି ମହିଳାଙ୍କ ଫୋନ୍ ନେଇ ପଳାଇବାକୁ ବାରଣ କରିଥିଲେ । ଟ୍ରେନର ଯାତ୍ରୀମାନେ ଚୋରକୁ ଖୁବ ଜୋରରେ ଧରିଥିଲେ, ଯେତେ ଚେଷ୍ଟା କଲେ ମଧ୍ୟ ସେ ନିଜକୁ ମୁକ୍ତ କରିପାରି ନଥିଲା । ଚଳନ୍ତା ଟ୍ରେନରେ ଝୁଲୁଥିବା ଚୋରଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କଏଦ ହୋଇଛି ।

ପରେ, କିଛି ଲୋକ ଟ୍ରାକକୁ ଆସି କୌଣସି ପ୍ରକାରେ ତାକୁ ଉଦ୍ଧାର କରିଥିଲେ । ତେବେ ସେ ଟ୍ରେନର ବାହାରକୁ ଝୁଲିଥିବା ବେଳେ ପାଟି କରି କହୁଥିଲା, ‘ଦୟାକରି ମୋତେ ଛାଡିଦିଅ, ମୋର ହାତ ଭାଙ୍ଗିଯିବ’ କହି ଚୋରଟି ଖୁବ ଜୋରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା । କିଛି ଯୁବକ ଏହି ଚୋରକୁ ବଞ୍ଚାଇବାକୁ ଆସିଥିବା ବେଳେ ଯାତ୍ରୀମାନେ ପାଟି କରି କହିଥିଲେ ଯେ ସେମାନେ ମଧ୍ୟ ଚୋର ଗ୍ୟାଙ୍ଗ ହୋଇପାରନ୍ତି । ସୂଚନା ଅନୁଯାୟୀ ଏହି ଘଟଣା ମଙ୍ଗଳବାର ଅର୍ଥାତ ୧୬ ଜାନୁଆରୀ ଦିନ ବିହାରର ଭାଗଲପୁର ରେଳ ଷ୍ଟେସନରେ ଘଟିଛି । ରିପୋର୍ଟରେ କୁହାଯାଇଛି ଯେ ଚୋର ପ୍ରାୟ ଏକ କିଲୋମିଟରରୁ ଅଧିକ ସମୟ ଧରି ଚାଲୁଥିବା ଟ୍ରେନରେ ଝୁଲି ରହିଥିଲା ​​ଏବଂ ପରବର୍ତ୍ତୀ ସମୟରେ କିଛି ଯୁବକ ଏହି ଚୋରଟିକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.