Below header

ଜଗତସିଂହପୁର ମୁଚୁକୁଣ୍ଡ ସୋମନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ଭେଟ, ଦେଢଶହ ବର୍ଷର ପୁରୁଣା ପରମ୍ପରା

ଜଗତସିଂହପୁର ମୁଚୁକୁଣ୍ଡ ସୋମନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ଭେଟ ଉତ୍ସବ । ପ୍ରାଚୀନ ପରମ୍ପରା ଦେଢ଼ଶହ ବର୍ଷରୁ ଅଧିକ ସମୟ ହେବ ଏହି ପୀଠରେ ଚାଲି ଆସୁଅଛି ।

ଜଗତସିଂହପୁର(କେନ୍ୟୁଜ): ପ୍ରାଚୀନ ପରମ୍ପରା ଏବେ ବିଲୁପ୍ତ ହେଉଥିବା ସମୟରେ କିଛି ଯୁବପୀଢ଼ି ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଦେଢଶହ ବର୍ଷର ପୁରୁଣା ପ୍ରାଚୀନ ପରମ୍ପରା ମକର ମିଳନ ଓ ହରିହର ଲକ୍ଷ୍ମୀନାରାୟଣ ଭେଟ ଉତ୍ସବ ତଥା ମକର ମେଳା ଜଗତସିଂହପୁର ଜିଲ୍ଲା ସଦର ମହାକୁମା ସ୍ଥିତ ହାଟ ବଜାର ମୁଚୁକୁନ୍ଦ ସୋମନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏକମାସ ଧରି ଚାଲିବାକୁ ଥିବା ଏହି ମକର ଉତ୍ସବ ମକର ସଂକ୍ରାନ୍ତି ଦିନ ହରିହର ଭେଟ ଠାରୁ ହିଁ ଆରମ୍ଭ ହୋଇଥାଏ ।

ଏହି ଉତ୍ସବରେ ଥାନପତି ମୁଚୁକୁନ୍ଦ ସୋମନାଥଙ୍କ ସମେତ ଚାଟରା ଗ୍ରାମର ରାଧାକୃଷ୍ଣ ଓ ଦୁର୍ଗା, ସିପିଗ୍ରାମର ମୁକ୍ତେଶ୍ଵର ମହାଦେବ, ଦେଭୋଗ ଗ୍ରାମର ଲଷ୍ମୀନାରାୟଣ ଚାରିଦିଗରୁ ଶୋଭାଯାତ୍ରାରେ ଆସିଥାନ୍ତି ଓ ମୁଚୁକୁନ୍ଦ ସୋମନାଥଙ୍କ ସହିତ ଭେଟଭାଟ ହେବା ପରେ ମନ୍ଦିର ପରିକ୍ରମା କରିଥାନ୍ତି । ଏହା ପରେ ବାଟରେ ବାଲିରେ ବସି ପ୍ରଥମେ ବାଲିଭୋଗ ଲାଗି ହୋଇଥାଏ । ପରେ ମନ୍ଦିର ସମ୍ମୁଖରେ ଆସ୍ଥାନରେ ବସିବା ପରେ ସେବାୟତଙ୍କ ଭୋଗ ଓ ମକର ଚାଉଳ ଭୋଗ ଲାଗି ହୋଇଥାଏ ।

temple

ଭୋଗଲାଗି ପରେ ସମସ୍ତ ଠାକୁର ନିଜ ନିଜ ବିମାନରେ ନିଜର ବିଜେ ସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଓ ସେହିଦିନଠାରୁ ଆରମ୍ଭ ହୁଏ ମକର ମେଳା । ଏହି ମେଳାରେ ମନୋହର ଜିନିଷ, ଚଟପଟି ଖାଦ୍ୟ,ଘରକରଣା ଜିନିଷ,ଷ୍ଟେସନାରୀ ଜିନିଷ,ଦୋଳି,ସର୍କସ ଓ ଯାତ୍ରାର ମଜା ନିଅନ୍ତି ଲୋକମାନେ । ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ଡ୍ୟାନ୍ସ ଧମାକା,ପ୍ରବଚନ,ମକର ମହୋତ୍ସବ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୁଏ ।

ଜଗତସିଂହପୁରର ଏହି ପ୍ରାଚୀନ ପରମ୍ପରା ଦେଢ଼ଶହ ବର୍ଷରୁ ଅଧିକ ସମୟ ହେବ ଏହି ପୀଠରେ ଚାଲି ଆସୁଅଛି । ଏହି ମକର ମେଳା ଦେଖିବାକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଲୋକମାନେ ଏଠାକୁ ଛୁଟି ଆସନ୍ତି ଓ ସୁସ୍ୱାଦୁ ଖାଦ୍ୟ , ମିନାବଜାର ଓ ମନୋହରି ସାମଗ୍ରୀ କିଣି ଏହି ମେଳାର ମଜା ନିଅନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.