ଶ୍ରୀକ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ସାଢ଼େ ଗୋଟାଏରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି।

ପୁରୀ (କେନ୍ୟୁଜ): ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ସାଢ଼େ ଗୋଟାଏରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆ ଉପସ୍ଥିତ ଥିଲେ।

ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ୩ଦିନ ଧରି ଚାଲିଥିବା ମହାଯଜ୍ଞଙ୍କରେ ପୂର୍ଣ୍ଣାହୁତି ଦେବେ ଗଜପତି । ଏହାପରେ ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ ହୋଇ ସମ୍ବର୍ଦ୍ଧନା ଉତ୍ସାହ ଅନୁଷ୍ଠିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବାହାର ରାଜ୍ୟରୁ ଅତିଥିମାନେ ଆସି ପହଞ୍ଚି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.