ବିଶ୍ୱ ଚାମ୍ପିଅନ ଡିଙ୍ଗ ଲିରେନଙ୍କୁ ମାତ୍ ଦେଲେ ପ୍ରଜ୍ଞାନନନ୍ଦ, ପ୍ରଶଂସା କଲେ ସଚିନ ଏବଂ ଗୌତମ ଆଦାନୀ
ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ ଦେଇଛନ୍ତି । ପ୍ରଜ୍ଞାନନନ୍ଦ ଏହି ବିଜୟ ସହିତ ଚେସ୍ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

ଟାଟା ଷ୍ଟିଲ ମାଷ୍ଟରର୍ସ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦ । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ ଦେଇଛନ୍ତି । ପ୍ରଜ୍ଞାନନନ୍ଦ ଏହି ବିଜୟ ସହିତ ଚେସ୍ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ ପକାଇ ଦେଇଛନ୍ତି ।
ପ୍ରଜ୍ଞାନନନ୍ଦଙ୍କ ବିଜୟକୁ ନେଇ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଲେଖିଛନ୍ତି, ‘ଆପଣଙ୍କ ଉପଲବ୍ଧିରେ ବହୁତ ଗର୍ବ ପ୍ରଜ୍ଞାନନନ୍ଦ । ଚୀନର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ହରାଇ ଭାରତର ଶ୍ରେଷ୍ଠ ଖେଳାଳି ହେବା ଆଶ୍ଚର୍ଯ୍ୟକର ମୁହୂର୍ତ୍ତ । ଏହା ପ୍ରକୃତରେ ଆମ ଦେଶ ପାଇଁ ଗର୍ବର ବିଷୟ ।
Tremendously proud of your achievement, Pragg. What an astonishing moment, defeating the reigning World Champion Ding Liren of China and becoming India’s top-rated player. This is truly a proud moment for our nation! @rpraggnachess #TataSteelChess https://t.co/2ZSEbtZ9Ke
— Gautam Adani (@gautam_adani) January 17, 2024
ଏହି ଯୁବ ଚେସ୍ ପ୍ରତିଭାଙ୍କୁ ପ୍ରଶଂସା କରି ସଚ୍ଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ତେନ୍ଦୁଲକର ନିଜ ପୋଷ୍ଟରେ କହିଛନ୍ତି ବିଶ୍ୱ ଚାମ୍ପିଅନ ଡିଙ୍ଗ ଲିରେନଙ୍କ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ @rpraggnachess ଙ୍କୁ ବହୁତ ବହୁତ ଧନ୍ୟବାଦ ।
Big cheers to @rpraggnachess for this remarkable triumph against World Champion, Ding Liren. At the young age of 18, you haven’t just dominated the game but also risen to become India’s top-rated player.
Best wishes for your upcoming challenges. Continue to bring glory to India… pic.twitter.com/W7NAqSYnDX— Sachin Tendulkar (@sachin_rt) January 17, 2024
ମଙ୍ଗଳବାର ରାତିରେ ରେକର୍ଡ କରାଯାଇଥିବା ଏହି ବିଜୟରେ ୧୮ ବର୍ଷୀୟ ପ୍ରଜ୍ଞାନନନ୍ଦଙ୍କର ରେଟିଂ ୨୭୪୮.୩ ଅଙ୍କ ହୋଇଯାଇଥିଲା ଯାହା ୫ ଥର ବିଶ୍ୱ ଚାମ୍ପିଅନ ଆନନ୍ଦଙ୍କ ୨୭୮୪ ଅଙ୍କ ଠାରୁ ଅଧିକ । ପ୍ରଜ୍ଞାନନନ୍ଦ କଳା ଚେସ୍ ଗୋଟିରେ ଖେଳୁଥିବା ବେଳେ ୬୨ ଗୋଟି ଚାଳନାରେ ବିଜୟ ହାସଲ କରିଛନ୍ତି ।
୨୦୨୩ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଦୁନିଆର ସବୁଠାରୁ କମ୍ ଚେସ୍ ଖେଳାଳି ହେଉଛନ୍ତି ପ୍ରଜ୍ଞାନନନ୍ଦ । ଏହାଛଡା ବିଶ୍ୱନାଥନ ଆନନ୍ଦଙ୍କ ପରେ ଏଭଳି ଉପଲବ୍ଧି ହାସଲ କରିଥିବା ଦ୍ୱିତୀୟ ଭାରତୀୟ ହେଉଛି ପ୍ରଜ୍ଞାନନନ୍ଦ ।