୧୦ ଟଙ୍କା ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର, ଆସନ୍ତା ମାସରେ ଲୋକଙ୍କୁ ମିଳିପାରେ ଆଶ୍ୱସ୍ତି

ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା କମିପାରେ । ଏବେ ଲୋକସଭା ନିର୍ବାଚନ ୨୦୨୪କୁ ନଜରରେ ରଖି ତୈଳ କମ୍ପାନୀଗୁଡ଼ିକ ପଟ୍ରୋଲ ଓ ଡିଜେଲ ଦାମ୍‌ ହ୍ରାସ କରିପାରନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା କମିପାରେ । ଏବେ ଲୋକସଭା ନିର୍ବାଚନ ୨୦୨୪କୁ ନଜରରେ ରଖି ତୈଳ କମ୍ପାନୀଗୁଡ଼ିକ ପଟ୍ରୋଲ ଓ ଡିଜେଲ ଦାମ୍‌ ହ୍ରାସ କରିପାରନ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (HPCL) ଲୋକସଭା ନିର୍ବାଚନ ପୂର୍ବରୁ ଆସନ୍ତା ଫେବୃୟାରୀରେ ପେଟ୍ରୋଲ ଓ ଡିଜେଲ ଦର କମାଇ ପାରନ୍ତି ।

ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ତୈଳ କମ୍ପାନୀଗୁଡ଼ିକ ଚଳିତ ମାସରେ FY2023-24ର ତୃତୀୟ ତ୍ରୈମାସିକର ଫଳାଫଳ ଜାରି କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମାଇବା ଉପରେ ନିଷ୍ପତ୍ତି ନେବେ । କମ୍ପାନୀଗୁଡ଼ିକର ଏହି ପଦକ୍ଷେପ ଦ୍ୱାରା ସାଧାରଣ ଜନତା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି ।

ଜଣେ ଅଧିକାରୀଙ୍କ ମୁତାବକ, ଇନ୍ଧନ ଯୋଗାଉଥିବା କମ୍ପାନୀଗୁଡ଼ିକ ହାଇ ମାର୍ଜିନ୍‌ କାରଣରୁ FY2023-24ର Q1 ଏବଂ Q2ରେ ପ୍ରଚୁର ଲାଭ କମାଇଛନ୍ତି । ଏହି ଲାଭ ତୃତୀୟ ତ୍ରୈମାସିକରେ ମଧ୍ୟ ଜାରି ରହିବ ବୋଲି ଆଶା ରହିଛି । ଏମିତିରେ ଚଳିତ ମାସ ଶେଷ ସୁଦ୍ଧା ଫଳାଫଳ ଆସିବା ପରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ପ୍ରତି ଲିଟର ପିଛା ୫ରୁ ୧୦ ଟଙ୍କା କମିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.