ବାସୁଦେବପୁରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଭବ୍ୟ ଆୟୋଜନ, ୬ ଫୁଟ ଉଚ୍ଚ ଦୀପରେ ରହିବ ୧୦ ହଜାର ଲିଟର ଘିଅ

ଆଉ ମାତ୍ର କିଛି ଦିନର ଅପେକ୍ଷା ଏହାପରେ ୨୨ ଜାନୁଆରୀରେ ରାମଲାଲା ଅଯୋଧ୍ୟାରେ ବିରାଜମାନ କରିବେ । ସେଥିପାଇଁ ସାରା ଦେଶ ଉତ୍ସବ ମନାଉଥିବା ବେଳେ ସେଥିରୁ ବାଦ ପଡି ନାହିଁ ଭଦ୍ରକ ଜିଲ୍ଲା ବାସୁଦେବପୁର । ଧର୍ମୀୟ ପରିବେଷ ମଧ୍ୟରେ ବ୍ଲକ ରୋଡ କାଳୀ ମଣ୍ଡପରେ ୧୦ ହଜାର ଲିଟର ଧରିବାର କ୍ଷମତା ଥିବା ଏକ ବିରାଟ କାୟ ଦୀପ ଜଳିବ ।

ବହୁତ ଦିନର ପ୍ରତୀକ୍ଷା ପରେ ରାମ ମନ୍ଦିର ନିର୍ମାଣର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର କିଛି ଦିନର ଅପେକ୍ଷା ଏହାପରେ ୨୨ ଜାନୁଆରୀରେ ରାମଲାଲା ଅଯୋଧ୍ୟାରେ ବିରାଜମାନ କରିବେ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସ୍ୱପ୍ନ । ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଖୁବ୍‌ ଜୋର ସୋରରେ ଚାଲିଛି । କାରଣ ଅଯୋଧ୍ୟାକୁ ଆସିବେ ପ୍ରଭୁ ଶ୍ରୀରାମ । ଏଥିପାଇଁ ରାମମୟ ହୋଇଯାଇଛି ସମଗ୍ର ଭାରତବର୍ଷ ।

ପୂରା ଦେଶ ପାଇଁ ଜାନୁୟାରୀ ୨୨ ତାରିଖ ହେଉଛି ପବିତ୍ର ଦିନ । ସେଥିପାଇଁ ସାରା ଦେଶ ଉତ୍ସବ ମନାଉଥିବା ବେଳେ ସେଥିରୁ ବାଦ ପଡି ନାହିଁ ଭଦ୍ରକ ଜିଲ୍ଲା ବାସୁଦେବପୁର । ସେଥିପାଇଁ ଗେରୁଆ ପତାକାରେ ସଜେଇ ହେଲାଣି ବାସୁଦେବପୁର । ଏଥିପାଇଁ ବାସୁଦେବପୁର ବ୍ଲକରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିବ । ଧର୍ମୀୟ ପରିବେଷ ମଧ୍ୟରେ ବ୍ଲକ ରୋଡ କାଳୀ ମଣ୍ଡପରେ ୧୦ ହଜାର ଲିଟର ଧରିବାର କ୍ଷମତା ଥିବା ଏକ ବିରାଟ କାୟ ଦୀପ ଜଳିବ । ବ୍ଲକ ରୋଡ କାଳୀ କମିଟ ପକ୍ଷରୁ ଏହି ଆୟୋଜନ କରାଯାଇଛି ।

ପ୍ରଭୁ ହନୁମାନଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ଏହି ଦ୍ଵୀପ ନିର୍ମାଣରେ ଦୀର୍ଘ ୧୫ ଦିନ ହେବ ଲାଗିଛନ୍ତି କାରିଗର । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଠିକ ପୂର୍ବ ଦିନ ନିର୍ମାଣ କାର୍ଯ୍ୟ ସାରିବାକୁ ଉଦ୍ୟମ ଚଳାଇଛନ୍ତି କାରିଗରମାନେ । ଏହି ଦ୍ଵୀପର ଉଚତା ୬.୫ ଫୁଟ ଥିବା ବେଳେ ଏହାର ଗୋଲେଇ ରହିଛି ୧୫ ଫୁଟ । ଯାହାକି ୧୦ ହଜାର ଲିଟର ଘିଅ କିମ୍ୱା ତେଲ ଧରିବାର କ୍ଷମତା ରହିଛି ବୋଲି କହିଛନ୍ତି କର୍ମକର୍ତ୍ତା । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଇସ୍କନ ଧର୍ମାାବି ଭକ୍ତମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.