ଆସିଲାନି ମହାପ୍ରୟାଣ ଗାଡ଼ି, ଶବକୁ ଟେକି ଟେକି ଘରକୁ ଆଣିଲେ ପରିବାର ଲୋକେ

ପୁଣି ଶବକୁ ଅସମ୍ମାନ । ମିଳିଲାନି ମହାପ୍ରୟାଣ ଗାଡ଼ି । ବୋହି ବୋହି ନେଲେ ପରିବାର ଲୋକେ । ଆମେ ଜାଣିଛେ ଶବକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ହେଲେ କିଛି ଲୋକେ ସେ ସମସ୍ତ ସୁବିଧାରୁ ଆଜି ବି ବଞ୍ଚିତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ ।

ପୁଣି ଶବକୁ ଅସମ୍ମାନ । ମିଳିଲାନି ମହାପ୍ରୟାଣ ଗାଡ଼ି । ବୋହି ବୋହି ନେଲେ ପରିବାର ଲୋକେ । ଆମେ ଜାଣିଛେ ଶବକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ହେଲେ କିଛି ଲୋକେ ସେ ସମସ୍ତ ସୁବିଧାରୁ ଆଜି ବି ବଞ୍ଚିତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଆଉ ସେହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଟିକିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ କିଭଳି ହାତରେ ଟେକି ଟେକି ନିଜ ଆତ୍ମୀୟଙ୍କ ଶବକୁ ଧରି ଯାଉଛନ୍ତି । ଆପଣ ଏହି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏହା କେମିତି ସମ୍ଭବ । ସରକାରଙ୍କ ତରଫରୁ ଏତେ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଏପରି କେମିତି ଲୋକେ ସୁବିଧାରୁ ବଞ୍ଚିତ ହୋଇପାରୁଛନ୍ତି । ତେବେ ଏହି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଟିମା ଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ ପାଞ୍ଚଦିନ ପୂର୍ବେ ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାପରେ ଚିକିତ୍ସା କରାଇ ଘରକୁ ଫେରିଥିଲେ।

ତେବେ ଆଜି ପୁଣି ହଠାତ୍‌ ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକେ ସୁନ୍ଦରଗଡ଼ ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ। ଆଉ ମେଡିକାଲ ଆଣିବା ସୁରେନ୍ଦ୍ରଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସୁନ୍ଦରଗଡ଼ ମୁଖ୍ୟଚିକିତ୍ସାଳୟରୁ ଶବ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିନଥିଲା ।

ପରିବାର ଲୋକେ ଯେତେ କାକୁତି ମିନତି ହେଲେ ମଧ୍ୟ କେହି ଗାଡ଼ି ଦେଲେ ନାହିଁ । ଏପରିକି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ ବି କିଛି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଶବକୁ ଟେକି ନେଇ ପ୍ରାୟ ଏକକିଲୋମିଟର ବୋହି ନେଇଥିଲେ । କିଛି ବାଟ ଯିବା ପରେ ଅଧା ବାଟରେ ଏକ ଘରୋଇ ଗାଡ଼ିରେ ଶବ ଘରକୁ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.