ଯୋଗେଶ୍ୱର ପୀଠରେ ଜମୁଛି ମକର ମେଳା, ୪ ଦିନ ଧରି ଚାଲେ ଏହି ଯାତ୍ରା

ମନ ମୋହୁଛି ମକର । ଦଶପଲ୍ଲା ପଶ୍ଚିମା ଅଞ୍ଚଳର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ । ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି ।

ମନ ମୋହୁଛି ମକର । ଦଶପଲ୍ଲା ପଶ୍ଚିମା ଅଞ୍ଚଳର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ । ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଯାଇଥାଏ । ଠିକ୍ ସେମିତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଥିବା ବାବା ଯୋଗେଶ୍ୱର ଜିଉ ପୀଠରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଯାଇଛି ମକର ସଂକ୍ରାନ୍ତି ।

ମକର ସଂକ୍ରାନ୍ତି ଅବସରରେ ସ୍ଵତ୍ରୀୟ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଧୁମ୍ ଧାମର ସହିତ ମକର ସଂକ୍ରାନ୍ତି ପାଳନ ହୋଇଥିବାବେଳେ ପରେ ୪ ଦିନ ଧରି ଚାଲେ ଏହି ଯାତ୍ରା । ଯେମିତିକି ଚଟପଟି ଖାଦ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ, ଦୋଳି ସହିତ ସନ୍ଧ୍ୟା ହେଲେ ଚିକମିକ ଆଲୋକରେ ସଜେଇ ହୋଇଯାଏ ଦଶପଲ୍ଲା ବ୍ଲକର ବାଣୀଗୋଛା ମକର ପଡ଼ିଆ । ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏହି ଯାତ୍ରାକୁ ଉପଭୋଗ କରିବା ପାଇଁ ଖାଲି ନୟାଗଡ଼ ଜିଲ୍ଲା ନୁହେଁ ବରଂ ନୟାଗଡ଼ ଜିଲ୍ଲାର ପଡୋଶୀ ଜିଲ୍ଲା ବୌଦ୍ଧ, କନ୍ଧମାଳ, ଗଞ୍ଜାମରୁ ମଧ୍ୟ ଛୁଟି ଆସିଥାନ୍ତି ଲକ୍ଷ ଲକ୍ଷ ଜନସାଧାରଣ । ଦିନରେ ଚଟପଟି ଖାଦ୍ୟର ମଜା ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି ଆସୁଥିବା ଦର୍ଶକ ।

ଆଉ ରାତିହେଲେ ଦର୍ଶକ ମାନଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ ଯାତ୍ରା କମିଟି ତରଫରୁ ଆୟୋଜିତ୍ ମାଗଣା ଅପେରା ଯାତ୍ରା ତାରିଣୀ ଗଣନାଟ୍ୟର ଚିକମିକ ରଙ୍ଗମଞ୍ଚ । ବାଣୀଗୋଛାରେ ଆୟୋଜିତ ମକର ଯାତ୍ରାକୁ ଆସୁଥିବା ସବୁ ଦର୍ଶକ ମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଯାତ୍ରା ଦେଖିବା ନିମନ୍ତେ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ପ୍ରଶାସନ ତରଫରୁ କଡ଼ାକଡ଼ି ପ୍ରସ୍ତୁତି ହୋଇଛି ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେତୁ ବାଣୀଗୋଛା ପୋଲିସର କଡ଼ାକଡ଼ି ପେଟ୍ରୋଲିଂ ତତ୍ ସହିତ ଯାତ୍ରା କମିଟିର ସଭ୍ୟ ମାନେ ମଧ୍ୟ ଏଥିପାଇଁ ପୁରା ସଜାଗ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.