Below header

ହସ୍ପିଟାଲ୍ ବେଡ୍‌ରେ ବସି ଛାତ୍ରଛାତ୍ରୀଙ୍କ ନୋଟବୁକ୍ ଚେକ୍ କଲେ ଶିକ୍ଷକ, କିଛି ସମୟ ପରେ ହିଁ ଚାଲିଗଲା ଜୀବନ

ପିତାମାତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କର ସବୁଠାରୁ ଅଧିକ ଅବଦାନ ରହିଥାଏ । ସେମାନେ ନିଜ ଛାତ୍ରମାନଙ୍କୁ ଏକ ଭଲ ସ୍ଥାନରେ ପହଞ୍ଚାଇବା ସବୁ ପ୍ରକାରର ଶିକ୍ଷା ଦେଇଥାନ୍ତି । ଯେପରି ତାଙ୍କ ଛାତ୍ର ଜୀବନରେ ଆଗକୁ ଯାଇ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନ ପଡିବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଜଣେ ଶିକ୍ଷକ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନୋଟବୁକ୍ ଚେକ୍ କରୁଥିବା ଦେଖିବାକୁ ମିଳିଛି ।

ଶିକ୍ଷକ ଗୋଟିଏ ଏପରିି ଶବ୍ଦ ଯାହା ସମସ୍ତ ଲୋକଙ୍କ ଜୀବନରେ କେବେ ନା କେବେ ଆସିଥାଏ । ତେବେ ପିତାମାତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କର ସବୁଠାରୁ ଅଧିକ ଅବଦାନ ରହିଥାଏ । ସେମାନେ ନିଜ ଛାତ୍ରମାନଙ୍କୁ ଏକ ଭଲ ସ୍ଥାନରେ ପହଞ୍ଚାଇବା ସବୁ ପ୍ରକାରର ଶିକ୍ଷା ଦେଇଥାନ୍ତି । ଯେପରି ତାଙ୍କ ଛାତ୍ର ଜୀବନରେ ଆଗକୁ ଯାଇ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନ ପଡିବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଜଣେ ଶିକ୍ଷକ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନୋଟବୁକ୍ ଚେକ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଶିକ୍ଷକଙ୍କ ଝିଅ ସୋସିଆଲ ମିଡିଆରେ ତାଙ୍କର ଶେଷ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକ ଦେଖିବା ପରେ ଲୋକମାନେ ବହୁତ ଇମୋସ୍‌ନାଲ ହୋଇଯାଇଛନ୍ତି । ଏଥି ସହିତ ଏହି ପୋଷ୍ଟକୁ ଲୋକମାନେ ମଧ୍ୟ ବହୁତ ଦେଖୁଛନ୍ତି ।

ଏହା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେହି ଶିକ୍ଷକଙ୍କ ଝିଅ ତାଙ୍କ ସେହି ଫଟୋ ସହ କ୍ୟାପ୍‌ସନ୍‌ରେ କିଛି ନୋଟ୍ ମଧ୍ୟ ସେୟାର କରିଛନ୍ତି । ତେବେ ଲୋକମାନେ ଏହାକୁ ପଢିବା ପରେ ବହୁତ ଇମୋସ୍‌ନାଲ ହୋଇଯାଇଥିଲେ । ଏହାକୁ ନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ କହିଛନ୍ତି ଯେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ଯୋଗୁ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲକୁ ଅଣାଯାଇଥିଲା । ତେବେ ଏହା ପରେ ମଧ୍ୟ ସେ ନିଜ ଛାତ୍ରମାନଙ୍କ ପ୍ରତି କରିଥିବା ପ୍ରତିଶ୍ରୁତି ପୂରଣ କରିଥିଲେ । ଏହି ସବୁ କରିବା ପରେ ସେହି ଶିକ୍ଷକଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଖୁସି ଦେଖିବା ପାଇଁ ମିଳିଥିଲା । କିନ୍ତୁ ତ’ପରଦିନ ସେ ଏହି ଦୁନିଆ ଛାଡି ଚାଲିଯାଇଥିଲେ । ଶିକ୍ଷକଙ୍କ ଝିଅ ସାନ୍ଦ୍ରା ଲେଖିଛନ୍ତି ଯେ ଜଣେ ଶିକ୍ଷକ ତାଙ୍କ କାର୍ଯ୍ୟକୁ ଏତେ ଅତିରିକ୍ତ ସମୟ ଦିଅନ୍ତି, ଯାହାକୁ ଅନେକ ଲୋକ ଅନୁଭବ କରନ୍ତି ନାହିଁ । ଏହା ବ୍ୟତୀତ କରୋନା ମହାମାରୀ ସମୟରେ ମଧ୍ୟ ଶିକ୍ଷକମାନେ ତାଙ୍କ ଛାତ୍ରଙ୍କ ପାଇଁ ଚିନ୍ତିତ ରହିଥିଲେ । ତେବେ ଏହି ଫଟୋ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ notcommonfacts ରେ ପୋଷ୍ଟ ହୋଇଛି ।

ଏହି ଫଟୋ ସୋସଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଏହି ପୋଷ୍ଟରେ ସେମାନଙ୍କର ମତାମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି – ଏହା ଦେଖି ମୋର ହୃଦୟ ଭରିଗଲା । ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ବୋଧହୁଏ ସେଥିପାଇଁ ଶିକ୍ଷକମାନଙ୍କୁ ଏତେ ସମ୍ମାନ ଦିଆଯାଏ । ସେହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଥିଲେ – ପୁରା କାହାଣୀ ପଢିବା ପରେ ଆଖିରେ ଲୁହ ଆସିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.