ସିଙ୍ଗଲ୍‌ ଚାର୍ଜରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ ଏହି ବ୍ୟାଟେରୀ, ଜାଣନ୍ତୁ କିପରି କରିବ କାମ

ଚୀନ୍ ପ୍ରସ୍ତୁତ କରିଥିବା ଏହି ଖାସ୍‌ ବ୍ୟାଟେରୀ ମୋବାଇଲ୍ ଫୋନ୍ ଏବଂ ଡ୍ରୋନରେ ବ୍ୟବହାର କରାଯାଇପାରିବ । ଏହି ବ୍ୟାଟେରୀ ସିଙ୍ଗଲ୍‌ ଚାର୍ଜରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ତେବେ ଆସନ୍ତୁ ଜାଣିବା ଏହି ବ୍ୟାଟେରୀରେ କଣ ଫିଚର୍ସ ରହିଛି ।

ଚୀନ୍ କୁ ମିଳିଛି ଆଉ ଏକ ବଡ ସଫଳତା । ଯାହା ସ୍ମାର୍ଟଫୋନ୍ ଦୁନିଆରେ ଏକ ବଡ ପରିବର୍ତ୍ତନ ଆଣିପାରେ । ଚୀନ ଏକ ସ୍ୱତନ୍ତ୍ର ବ୍ୟାଟେରୀ ପ୍ରସ୍ତୁତ କରିଛି । ଯାହାକୁ ଥରେ ଚାର୍ଜ କଲେ ଏହା ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି ଏକ ବ୍ୟାଟେରୀ ସତରେ ପ୍ରସ୍ତୁତ ହୋଇଛି । ତେବେ ଚୀନ୍ ପ୍ରସ୍ତୁତ କରିଥିବା ଏହି ଖାସ୍‌ ବ୍ୟାଟେରୀ ମୋବାଇଲ୍ ଫୋନ୍ ଏବଂ ଡ୍ରୋନରେ ବ୍ୟବହାର କରାଯାଇପାରିବ । ଏହି ବ୍ୟାଟେରୀ ସିଙ୍ଗଲ୍‌ ଚାର୍ଜରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ତେବେ ଆସନ୍ତୁ ଜାଣିବା ଏହି ବ୍ୟାଟେରୀରେ କଣ ଫିଚର୍ସ ରହିଛି ।

ରିପୋର୍ଟ ଅନୁସାରେ ବ୍ୟାଟେରୀ ଜେନେରେଟ୍‌ କରୁଥିବା ଚୀନର ଷ୍ଟାର୍ଟଅପ୍ କମ୍ପାନୀ ବେଟାଭୋଲ୍ଟ ଏକ ନ୍ୟୁକ୍ଲିୟର୍‌ ବ୍ୟାଟେରୀ ପ୍ରସ୍ତୁତ କରିଛି । ଏହି ବ୍ୟାଟେରୀ ସମ୍ପୂର୍ଣ୍ଣ ଭିନ୍ନ । ସାଧାରଣତଃ ନ୍ୟୁକ୍ଳିୟର୍‌ ବ୍ୟାଟେରୀ ବହୁତ ବଡ଼ ଥାଏ । କିନ୍ତୁ ବେଟାଭୋଲ୍ଟ ପ୍ରସ୍ତୁତ କରିଥିବା ଏହି ବ୍ୟାଟେରୀଟି ଏକ କଏନ୍‌ ସାଇଜର, ଯାହାକୁ ଆପଣ କୌଣସି ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ । ଏଭଳି ବ୍ୟାଟେରୀ ଆସିଲେ ଆଗାମୀ ସମୟରେ ସ୍ମାର୍ଟଫୋନ୍‌ ବହୁତ ଲାଇଟେଓ୍ଵଟ ଏବଂ ସ୍ଲିମ୍‌ ହୋଇଯିବ । କହି ରଖିବାକୁ ଚାହିଁବୁ କି ଏହା ହେଉଛି ପ୍ରଥମ ବ୍ୟାଟେରୀ ଯାହା ଆଟମିକ୍‌ ଏନର୍ଜି ଦ୍ୱାରା ଚାଲିବ ।

ନେକ୍ସଟ୍‌ ଜେନେରେସନର ଏହି ବ୍ୟାଟେରୀକୁ ଚୀନରେ ପରୀକ୍ଷା କରାଯାଇଛି । ଖୁବ୍ ଶୀଘ୍ର ଫୋନ୍ ଏବଂ ଡ୍ରୋନ୍ ଭଳି କମର୍ସିଆଲ ପ୍ରଡକ୍ଟ ପାଇଁ ଏହି ନ୍ୟୁକ୍ଲିୟର୍‌ ବ୍ୟାଟେରୀର ପ୍ରଡକ୍ସନ ଆରମ୍ଭ ହେବ । ଏହି ବ୍ୟାଟେରୀକୁ ଏରୋସ୍ପେସ୍, AI ଡିଭାଇସ୍‌, ମେଡିକାଲ୍‌ ଡିଭାଇସ୍‌ ଏବଂ ମାଇକ୍ରୋଫୋନ୍ ସହିତ ଛୋଟ ଡ୍ରୋନ୍ ଏବଂ ମାଇକ୍ରୋ ରୋବଟ୍ ର ଆଡଭାନ୍ସଡ୍‌ ସେନ୍ସରରେ ବ୍ୟବହାର କରାଯାଇପାରିବ ।
ଏହି ନୂଆ ଇନୋଭେସନ୍‌ ଦ୍ୱାରା ଚୀନ ଟେକ୍ନୋଲୋଜି ଦୁନିଆରେ ଲିଡିଂ ପଜିସନ୍‌ ହାସଲ କରିବ ବୋଲି କିଛି ଏକ୍ସପର୍ଟ ମତ ଦେଇଛନ୍ତି । ଯଦି ଆମେ ବ୍ୟାଟେରୀର ସାଇଜ୍‌ ବିଷୟରେ କହିବା ତେବେ ଏହା 15 x15x5 ମିଲିମିଟରରେ ଆସିବ । ଏହି ବ୍ୟାଟେରୀ ୩ ୱାଟରେ ୧୦୦ ମାଇକ୍ରୋୱାଟ ପାଓ୍ଵାର ଜେନେରେଟ୍‌ କରି ପାରିବ । ୨୦୨୫ ସୁଦ୍ଧା ଏହାର ପାୱାର ଆଉଟପୁଟ୍‌ ୧ ୱାଟ କରା ଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ବେଟାଭୋଲ୍ଟ କମ୍ପାନୀ କହିଛି ଯେ ଏହି ବ୍ୟାଟେରୀର ରେଡିଏସନ୍‌ କୁ ନେଇ କୌଣସି ବିପଦ ନାହିଁ ଏବଂ ଏହା ମଣିଷ ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଏହା ସାହାଯ୍ୟରେ ପେସମେକର୍ ଭଳି ମେଡିକାଲ୍ ଡିଭାଇସ୍‌ ତିଆରି କରାଯାଇପାରିବ । ଏହି ବ୍ୟାଟେରୀରେ ନିଆଁ ଲାଗିବା କିମ୍ବା ବିସ୍ଫୋରଣ ହେବା ଭଳି ସମସ୍ୟା ହେବ ନାହିଁ । ଏହି ବ୍ୟାଟେରୀ ମାଇନସ୍ ୬୦ ରୁ ୧୨୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରାରେ କାମ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.