୫୦ ବର୍ଷ ବୟସରେ ଟ୍ୱିଙ୍କଲ ଖାନ୍ନା ହେଲେ ଗ୍ରାଜୁଏଟ୍‌ , ଅକ୍ଷୟ କୁମାର ସୋସିଆଲ ମିଡିଆ ଜଣାଇଲେ ଅଭିନନ୍ଦନ

ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ୱିଙ୍କଲ ଖାନ୍ନା ଗ୍ରାଜୁଏଟ୍‌ ହୋଇଛନ୍ତି । ଟ୍ୱିଙ୍କଲ ଖନ୍ନା ୫୦ ବର୍ଷ ବୟସରେ ଲଣ୍ଡନ ୟୁନିଭର୍ସିଟିରୁ ଫିକ୍ସନ ରାଇଟିଙ୍ଗ ମାଷ୍ଟର ପ୍ରୋଗ୍ରାମରେ ମାଷ୍ଟର ଡିଗ୍ରୀ ଶେଷ କରିଛନ୍ତି । ଅକ୍ଷୟ କୁମାର ଟ୍ୱିଙ୍କଲ ଖାନ୍ନାଙ୍କ ଏହି ସଫଳତା ପାଇଁ ଅତ୍ୟନ୍ତ ଖୁସି ଏବଂ ଏଥିପାଇଁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜ ଓ୍ଵାଇଫ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବଲିଉଡର ଖିଲାଡି କୁମାରଙ୍କୁ କିଏ ବା ନ ଜାଣେ, ସେ ତାଙ୍କ ଅଭିନୟ ଜରିଆରେ ଲୋକମାନଙ୍କୁ ବହୁତ ଏଣ୍ଟଟେନ୍‌ମେଣ୍ଟ କରିଛନ୍ତି । ତେବେ ଏହି ସବୁ କଥା ମଧ୍ୟରେ ତାଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ହୋଇଛି । କାରଣ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ୱିଙ୍କଲ ଖାନ୍ନା ଗ୍ରାଜୁଏଟ୍‌ ହୋଇଛନ୍ତି । ଟ୍ୱିଙ୍କଲ ଖାନ୍ନା ୫୦ ବର୍ଷ ବୟସରେ ଲଣ୍ଡନ ୟୁନିଭର୍ସିଟିରୁ ଫିକ୍ସନ ରାଇଟିଙ୍ଗ ମାଷ୍ଟର ପ୍ରୋଗ୍ରାମରେ ମାଷ୍ଟର ଡିଗ୍ରୀ ଶେଷ କରିଛନ୍ତି । ଅକ୍ଷୟ କୁମାର ଟ୍ୱିଙ୍କଲ ଖାନ୍ନାଙ୍କ ଏହି ସଫଳତା ପାଇଁ ଅତ୍ୟନ୍ତ ଖୁସି ଏବଂ ଏଥିପାଇଁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜ ଓ୍ଵାଇଫ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଟ୍ୱିଙ୍କଲଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ୱିଙ୍କଲ ଖାନ୍ନାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ଟ୍ୱିଙ୍କଲ୍ ଖାନ୍ନା ସବୁଜ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ଅଭିନେତ୍ରୀ ଗ୍ରାଜୁଏସନ ଗାଉନ୍ ଏବଂ କ୍ୟାପ୍ ମଧ୍ୟ ପିନ୍ଧିଛନ୍ତି । ସେହି ଫଟୋରେ ଅକ୍ଷୟ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋରେ ଉଭୟ ଦମ୍ପତି ଖୋଲାଖୋଲି ଭାବେ ହସୁଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋକୁ ଦେଖି ଜଣାପଡୁଛି ଯେ ଅକ୍ଷୟ କୁମାର ଟ୍ଵିଙ୍କଲଙ୍କ ସଫଳତାରେ କେତେ ଖୁସି ଅଛିନ୍ତି । ଏହା ସହ ସେହି ଫଟୋର କ୍ୟାପସନ ମାଧ୍ୟମରେ ସେ ନିଜ ଖୁସି ସମସ୍ତଙ୍କୁ ଜଣାଇଛନ୍ତି । ଏହି ଫଟୋ ସେୟାର କରିବାବେଳେ ଅକ୍ଷୟ ଲେଖିଛନ୍ତି, ‘ଦୁଇ ବର୍ଷ ପୂର୍ବେ, ଯେତେବେଳେ ଟୁଙ୍କିଲ୍‌ ଖନ୍ନା ପଢିବା କଥା କହିଥିଲେ, ସେତେବେଳେ ମୁଁ ଆଶ୍ଚଯ୍ୟ ହୋଇଥିଲେ । କିନ୍ତୁ ଯେଉଁ ଦିନ ମୁଁ ଦେଖିଲି ତୁମେ ଏତେ ପରିଶ୍ରମ କରୁଛ । ସେତେବେଳେ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ତୁମେ ଘର ଏବଂ କ୍ୟାରିୟର ସହିତ ପୁରା ଷ୍ଟୁଡେଣ୍ଟ ଲାଇଫ୍‌ ବିତାଇଛ । ମୁଁ ଜାଣିଥିଲି ଯେ ମୁଁ ଜଣେ ସୁପରଓମ୍ୟାନଙ୍କୁ ବିବାହ କରିଛି । ତେବେ ଏପରି ଭାବେ ଆହୁରି ଅନେକ କଥା ଲେଖିବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ତେବେ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ଲଣ୍ଡନ ୟୁନିଭର୍ସିଟିର ଫେମସ୍‌ ଗୋଲ୍ଡସ୍ମିଥ୍ସରେ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ଶେଷ କରିଛନ୍ତି । କିଛି ଦିନ ପୂର୍ବରୁ ସେ ଫ୍ୟାନ୍ସଙ୍କ ସହ ତାଙ୍କ କଲେଜ ଲାଇଫ୍‌ ବିଷୟରେ ମଧ୍ୟ ସେୟାର କରିଥିଲେ ଏବଂ ୪୮ ବର୍ଷ ବୟସରେ ସେ କିପରି ଅଧ୍ୟୟନ କରୁଛନ୍ତି, ଏହା ସହ ଏହାକୁ ନେଇ ମଧ୍ୟ ସେ ଏକ ନୋଟ୍ ସେୟାର କରିଥିଲେ । ତେବେ ଏହି କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ସାଙ୍ଗମାନଙ୍କ ସହ କଲେଜ୍‌ ଯାଉଥିଲେ ।

 

View this post on Instagram

 

A post shared by Akshay Kumar (@akshaykumar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.