କୁହୁଡି ଯୋଗୁଁ ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା: ୩ ପୋଲିସ କର୍ମୀ ମୃତ, ୧୩ ଆହତ

ପଞ୍ଜାବର ମୁକେରିଆ ସହର ନିକଟରେ ସକାଳ ପ୍ରାୟ ୭ଟା ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା ପୋଲିସ ବସ୍‌ । ଫଳରେ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଅନ୍ୟ ଲୋକ ଆହତ ହୋଇଛନ୍ତି । ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୋଲିସ ସଂସ୍ଥାରୁ ୩୦ ଜଣ ପୋଲିସ କର୍ମୀକୁ ନେଇ ଏକ ବସ୍‌ ଗୁରୁଦାସପୁରକୁ ଯାଉଥିଲା ।

ପଞ୍ଜାବର ହୋଶିୟାରପୁର ଜିଲ୍ଲାରେ କୁହୁଡି ଯୋଗୁଁ ବସ୍‌ ଏବଂ ଟ୍ରକ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଅନ୍ୟ ଲୋକ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୋଲିସ ସଂସ୍ଥାରୁ ୩୦ ଜଣ ପୋଲିସ କର୍ମୀକୁ ନେଇ ଏକ ବସ୍‌ ଗୁରୁଦାସପୁରକୁ ଯାଉଥିଲା । ହୋଶିୟାରପୁର ଠାରୁ ୫୪ କିମି ଦୂର ମୁକେରିୟାରେ ସକାଳ ୭ଟା ସମୟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ମୁକେରିଆ ସହର ନିକଟରେ ସକାଳ ପ୍ରାୟ ୭ଟା ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା ପୋଲିସ ବସ୍‌ । ଏଥିରେ ମହିଳା କନଷ୍ଟେବଳଙ୍କ ସମେତ ଦୁଇ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୋଲିସ ସଂସ୍ଥାରୁ ୩୦ ଜଣ ପୋଲିସ କର୍ମୀକୁ ନେଇ ଏକ ବସ୍‌ ଗୁରୁଦାସପୁରକୁ ଯାଉଥିଲା । କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ଆସିଷ୍ଟାଣ୍ଟ ଉପ ନିରୀକ୍ଷକ ହରଦେବ ସିଂ, ବସ୍‌ ଡ୍ରାଇଭର ବରିଷ୍ଠ କନଷ୍ଟେବଳ ଗୁରପ୍ରୀତ ସିଂ, ମହିଳା କନଷ୍ଟେବଳ ଶାଲୁ ରାଣା ବୋଲି ଜଣାପଡିଛି । ସମସ୍ତଙ୍କ ମୃତଦେହକୁ ମୁକେରିଆ ସିଭିଲି ହସପିଟାଲରେ ରଖାଯାଇଛି । ଆହତଙ୍କୁ ଦସୁୟା ଏବଂ ମୁକେରିଆ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.