Below header

ଧନୁଯାତ୍ରାର ଦ୍ଵିତୀୟ ଦିନରେ ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲେ ମହାରାଜ କଂସ

ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ତେବେ ମଥୁରା ନଗରୀ ସାଜିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ଦିବସରେ ମହାରାଜ କଂସ ମଥୁରା ନଗର ଭ୍ରମଣ ରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବରଗଡ(କେନ୍ୟୁଜ): ବରଗଡ଼ରେ ଆରମ୍ଭ ହୋଇଛି କଂସ ରାଜୁତି । ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ତେବେ ମଥୁରା ନଗରୀ ସାଜିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ଦିବସରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ମଥୁରା ବାସୀଙ୍କ ମନୋରଞ୍ଜନ ପାଇଁ ଲୋକ ମଣ୍ଡପ ପଡିଆ ଠାରେ ମହଲର ଉଦ୍ଦଘାଟନ ହୋଇଛି । ମହାରାଜ କଂସଙ୍କ ଉପସ୍ଥିତିରେ ବରଗଡ଼ ବିଧାୟକ ଏବଂ ଜିଲ୍ଲାପାଳ ଉଦ୍ଦଘାଟନ କରିଛନ୍ତି । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭ ରୁ ଜନ୍ମ ନେଇଛନ୍ତି । କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହୋଇଛି ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦ୍ଵିତୀୟ ଦିବସ ବେଶ ମନୋରମ ଥିଲା । ମହାରାଜ କଂସ ହାତୀ ପିଠିରେ ବସି ନଗର ଭ୍ରମଣ ସମୟରେ ଦୃଶ୍ୟକୁ ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା । ମହାରାଜ କଂସ ରାଜ ଦରବାରକୁ ଫେରି ଆସିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଛନ୍ତି ଦୁର୍ମିଳା ରାକ୍ଷସକୁ । ନିଜ ସୁରକ୍ଷା ପାଇଁ ପାଇଁ ଚାଣ୍ତୁର ମୁଷ୍ଟିକଙ୍କୁ ଆବାହନ କରିଛନ୍ତି ମହାରାଜ କଂସ । ଏମାନଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରିଛନ୍ତି ନୃତ୍ୟ ଗୀତର ଆସର । ନୃତ୍ୟ ଗୀତର ତାଳେ ତାଳେ ଉଠୁ ଥିଲା ପଡୁଥିଲା ମହାରାଜ କଂସଙ୍କ ମଞ୍ଚ ।

ଅନ୍ୟପଟେ ଦେବକୀଙ୍କ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଯାଇଛି । ଏହାପରେ କଂସର ଅତ୍ୟାଚାରରୁ ମଥୁରା ବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ କୃଷ୍ଣ ଜନ୍ମ ନେଇଥିବାବେଳେ କରାଗାରର ସମସ୍ତ ଜଗୁଆଳି କାଳନିଦ୍ରାରେ ଶୋଇ ପଡିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ୍ ସେତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହର ଭଗବାନ ବିଷ୍ଣୁଙ୍କ ରୂପ ଦେଖି ଆତ୍ମବିଭୋର ହୋଇଛନ୍ତି ଉଗ୍ରସେନ । ପଥ ଛାଡି ଦେଇଛନ୍ତି ବସୁଦେବଙ୍କୁ ।

ଯମୁନା ନଦୀ ପାରି ହୋଇ ନନ୍ଦ ଭବନ ପହଞ୍ଚି ସେଠାରେ ଯଶୋଦାଙ୍କ କୋଳ ରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ନଗରୀକୁ ପ୍ରବେଶ । ତେବେ ଧନୁଯାତ୍ରାର ତୃତୀୟ ଦିବସରେ ମହାରାଜ କଂସଙ୍କ ଶ୍ୟାମେଶ୍ବର ମହାଦେବ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟ ବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପୁତନା ରାକ୍ଷସୀଙ୍କୁ ଗୋପପୁର ପ୍ରେରଣ ଏବଂ ଗୋପପୁରରେ କୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ , କୃଷ୍ଣଙ୍କ ଦୋଳିଝୁଲା , ରାସନୃତ୍ୟ ଦୃଶ୍ୟ ଅଭିନୀତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.