ରାମଲାଲାଙ୍କ ପାଇଁ ୧୫ ଲକ୍ଷ ବୁଣାକାର ମିଶି ତିଆରି କଲେ ସ୍ୱତନ୍ତ୍ର ବସ୍ତ୍ର, ଟ୍ରଷ୍ଟ୍‍କୁ ହସ୍ତାନ୍ତର କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ତାରିଖ ପାଖେଇ ଆସୁଛି । ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ରାମଲାଲାଙ୍କ ବିଗ୍ରହ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ହସ୍ତାନ୍ତର କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ତାରିଖ ପାଖେଇ ଆସୁଛି । ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ରାମଲାଲାଙ୍କ ବିଗ୍ରହ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ହସ୍ତାନ୍ତର କରିଛନ୍ତି । ଏହି ବସ୍ତ୍ର ବୁଣା କାର୍ଯ୍ୟରେ ପାଖାପାଖି ୧୫ ଲକ୍ଷ ବୁଣାକାର ସାମିଲ ହୋଇଥିଲେ । ‘ଦୋ ଧାଗେ ଶ୍ରୀରାମ କେ ଲିୟେ’ ଅଭିଯାନର ଆୟୋଜକ ତଥା ପୁଣେସ୍ଥିତ ହେରିଟେଜ୍‌ ହ୍ୟାଣ୍ଡଓ୍ଵିଭିଂ ରିଭାଇଭାଲ ଚାରିଟେବୁଲ ଟ୍ରଷ୍ଟ ଏହି ସୂଚନା ଦେଇଛି ।

ସିଏମ୍‌ ଯୋଗୀ ବୁଣାକାରମାନଙ୍କ ଏଭଳି ପ୍ରୟାସ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରଙ୍କୁ ରାମଲାଲାଙ୍କ ବସ୍ତ୍ର ହସ୍ତାନ୍ତର କରିଛନ୍ତି । ଏହି ସମୟରେ ଟ୍ରଷ୍ଟର ବରିଷ୍ଠ ସଂରକ୍ଷକ ସୁରେଶ ଯୋଶୀ ଭୈୟା ଉପସ୍ଥିତ ଥିଲେ ।

ସୂଚନାଥାଉ କି, ରାମଲାଲାଙ୍କ ବିଗ୍ରହ ପାଇଁ ବସ୍ତ୍ର ବୁଣା କାର୍ଯ୍ୟରେ ସାମିଲ ହୋଇଥିଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ବୁଣାକାର । ପୁଣେରେ ଚାଲିଥିବା ଏହି ଅଭିଯାନକୁ ‘ଦୋ ଧାଗେ ଶ୍ରୀରାମ କେ ଲିୟେ’ ନାମ ଦିଆଯାଇଥିଲା । ଡିସେମ୍ବର ୧୦ରୁ ଏହି ଅଭିଯାନ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ଭଗବାନଙ୍କ ଧୋତି, ଅଙ୍ଗରକ୍ଷା ଏବଂ ଉତ୍ତରୀୟକୁ ବାଇଗେଣୀ, ସବୁଜ, ହଳଦିଆ ଭଳି ୮ଟି ଭିନ୍ନ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.