ସୁପରଷ୍ଟାର ଧନୁଷଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି, ଧୂମପାନ ପୋଷ୍ଟ ବିପକ୍ଷରେ ଦାୟର ହୋଇଥିବା ଯାଚିକା ରଦ୍ଦ

ସାଉଥ ସୁପରଷ୍ଟାର ଧନୁଷଙ୍କ ପାଇଁ ଆଶ୍ୱସ୍ତିକର ଖବର । ୨୦୧୪ରେ ରିଲିଜ ହୋଇଥିବା ଧନୁଷଙ୍କ ତାମିଲ ଫିଲ୍ମ ବେଲେଇଲ୍ଲା ପଟ୍ଟାଥାରୀ ପୋଷ୍ଟର ବିପକ୍ଷରେ ଯାଚିକା ଦାୟର କରାଯାଇଥିଲା । ଏବେ ଏହି ମାମଲାରେ ୧୬ ଜାନୁଆରୀରେ ସୁପ୍ରିମ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।

ଧୂମପାନ ଏବଂ ଗୁଟଖାର ପ୍ରଚାର କରୁଥିବା ମାମଲାରେ କିଛି ମାସ ହେଲାଣି ସେଲିବ୍ରିଟିମାନେ ବିବାଦରେ ଫସୁଛନ୍ତି । ଏହି ମାମଲାରେ ବଲିଉଡ ସେଲିବ୍ରିଟିଙ୍କୁ ସମନ ପଠାଯାଇଛି । ଅକ୍ଷୟ କୁମାର, ଅଜୟ ଦେବଗନ, ଶାହରୁଖ ଖାନ ଭଳି ସେଲିବ୍ରିଟିଙ୍କ ନାମ ସାମିଲ ରହିଛି । ଏବେ ଏହି ମାମଲାରେ ସାଉଥ ଷ୍ଟାର ଫସିଥିବା ଖବର ମିଳିଛି । ଏହି ମାମଲାରେ ସାଉଥ ସୁପରଷ୍ଟାର ଧନୁଷଙ୍କ ପାଇଁ ଆଶ୍ୱସ୍ତିକର ଖବର ମିଳିଛି ।

ଖବର ମୁତାବକ, ୨୦୧୪ରେ ରିଲିଜ ହୋଇଥିବା ଧନୁଷଙ୍କ ତାମିଲ ଫିଲ୍ମ ବେଲେଇଲ୍ଲା ପଟ୍ଟାଥାରୀ ପୋଷ୍ଟର ବିପକ୍ଷରେ ଯାଚିକା ଦାୟର କରାଯାଇଥିଲା । ଏବେ ଏହି ମାମଲାରେ ୧୬ ଜାନୁଆରୀରେ ସୁପ୍ରିମ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ କହିଛନ୍ତି, ମାଡ୍ରାସ ହାଇକୋର୍ଟ ଦେଇଥିବା ଆଦେଶରେ କୌଣସି ହସ୍ତକ୍ଷେପ କରିବେ ନାହିଁ । ଏହି ଫିଲ୍ମର ପୋଷ୍ଟରକୁ ନେଇ ହୋଇଥିବା ଯାଚିକାକୁ ନେଇ ଶୁଣାଣି କରିବାକୁ ରଦ୍ଦ କରିଦେଇଛନ୍ତି ।

ଏହି ପୋଷ୍ଟରରେ ଧନୁଷ ସିଗାରେଟ ପିଉଥିବାର ନଜର ଆସିଥିଲେ । କେହି ଜଣେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହାକୁ ଶୁଣାଣି କରି ପୀଠ କହିଥିଲା, ଆଡ୍‌କୁ ଦେଖିବା ଓ ବୁଝିବା ପରେ ଏହାର ବିଚାର କରାଯାଇଛି । ସିଗାରେଟ ଏବଂ ତମାଖୁ ପ୍ରଡକ୍ଟ ଆକ୍ଟ ଧାରା ୫ ସବ ଷ୍ଟ୍ରିମ(୧) ୨୦୦୩ ରେ ମାମଲା ଲାଗୁ ନଥିଲା । ତେଣୁ ଯାଚିକାକୁ ଖାରଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.