Below header

ସୋସିଆଲ ମିଡିଆରେ ଭାଇରଲ ହେଉଛି ୨୦ ଟଙ୍କିଆ ନୋଟ, ଯେଉଁଥିରେ ଲେଖା ହୋଇଛି, ‘ରିୟା ଚକ୍ରବର୍ତ୍ତୀ ବିଶ୍ୱାସଘାତକ’

ସୁଶାନ୍ତ ସିଂ ରାଜପୁତ କେସର ବର୍ତ୍ତମାନ ସିବିଆଇ ଯାଞ୍ଚ ଚାଲିଛି। ଏହି କେସରେ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତେବେ ରିୟାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କ ଧୋକାବାଜିକୁ ନେଇ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଏବେ ଏବେ ସୋସିଆଲ ମିଡିଆରେ ଏକ ୨୦ ଟଙ୍କିଆ ନୋଟ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଲେଖା ହୋଇଛି, ‘ରିୟା ଚକ୍ରବର୍ତ୍ତୀ ବିଶ୍ୱାସଘାତକ’।

k

ଏହାକୁ ନେଇ ଲୋକେ #RheaChakrabortyBewafaHai ଲେଖି ହାସଟ୍ୟାଗ ମଧ୍ୟ କରିଛନ୍ତି। ସୂଚନାଥାଉ କି, ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତଙ୍କ ବାପା ପାଟନାରେ ଗୁରୁତର ଅଭିଯୋଗ ଆଣି ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ। ଏହି ମାମଲାରେ ସିବିଆଇ ଯାଞ୍ଚ ଜାରି ରହିଛି।

u

ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଲା, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଛନ୍ତି। ଟଙ୍କା ହେରଫେର କରିବା ସହ ପରିବାର ଲୋକଙ୍କଠାରୁ ସୁଶାନ୍ତଙ୍କୁ ଅଲଗା ରଖିଥିଲେ। କହି ରଖୁଛୁ, ବର୍ତ୍ତମାନ ଏହି କେସରେ ସିବିଆଇ, ଇଡି ଏବଂ ଏନସିବିର ଯାଞ୍ଚ ଜାରି ରହିଛି। ସେପଟେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନମାନେ ଲଗାତାର ତାଙ୍କ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.