Below header

କଙ୍ଗନାଙ୍କ ପ୍ରତି ବଢୁଛି ଫ୍ୟାନ୍ସଙ୍କ ସମର୍ଥନ, ସୁରଟରେ ଛାଇଗଲା ‘ମଣିକର୍ଣ୍ଣିକା’ ପ୍ରିଣ୍ଟ ଥିବା ଶାଢି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମସି ବୁଲଡୋଜର ଲଗାଇ ଭାଙ୍ଗିଦେବା ପରେ ଏବେ ସାଧାରଣ ଲୋକ ତାଙ୍କ ସପକ୍ଷରେ ବାହାରିଛନ୍ତି। ଶିବସେନା ପ୍ରତି ନିଜର କ୍ରୋଧ ପ୍ରକାଶ କରି ଲୋକେ କଙ୍ଗନାଙ୍କୁ ସମର୍ଥନ କରୁଛନ୍ତି। ସେହିପରି ଅଭିନେତ୍ରୀଙ୍କ ପୋଷ୍ଟର ସହ ରାସ୍ତାରେ ମାର୍ଚ୍ଚ କରୁଥିବା ନଜର ଆସୁଛନ୍ତି। ତେବେ ଏହାରି ଭିତରେ ସୁରଟରେ କିଛି ନିଆରା ଢଙ୍ଗରେ କଙ୍ଗନାଙ୍କୁ ସମର୍ଥନ କରାଯାଉଛି।

sss

କଥାଟି ହେଲା, ସୁରଟର ସ୍ଥାନୀୟ ଏକ କପଡା ବ୍ୟବସାୟ ସଂସ୍ଥା କଙ୍ଗନା ରାଣାୱତଙ୍କ ପ୍ରିଣ୍ଟ ଥିବା ଫ୍ୟାନ୍ସି କ୍ରେପ ଶାଢି ଲଞ୍ଚ କରିଛି। ଏହାର ପଲ୍ଲୁରେ କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ ଅବତାର ଦେଖିବାକୁ ମିଳୁଛି। ଏହାସହିତ ‘I Support Kangana Ranaut’, ‘We Salute To Kangana’ ଆଦି ଲେଖାହୋଇଥିବା ନଜର ଆସୁଛି।

ଏହି ଶାଢିକୁ ସୁରଟର କପଡା ବ୍ୟବସାୟୀ ଛୋଟୁ ଭାଇ ଓ ରଜତ ଡାବର ଲଞ୍ଚ କରିଛନ୍ତି। କେବଳ ଏତିକି ନୁହେଁ, ଶାଢ଼ିର ଅନଲାଇନ ଅର୍ଡର ମଧ୍ୟ ମିଳୁଛି। ଉତ୍ପାଦକ ଦାବି କରିଛନ୍ତି କି, ପ୍ରତିଦିନ ଏହି ଶାଢି ପାଇଁ ଅଧିକ ସଂଖ୍ୟାରେ ଅର୍ଡର ଆସୁଛି। କହି ରଖୁଛୁ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ଅଭିଯାନରେ କଙ୍ଗନା ରାଣାୱତ ପ୍ରଥମେ ଆଗକୁ ଆସିଥିବା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.