Below header

ନିଜ ଫିଲ୍ମର ପ୍ରମୋସନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଆମିର ଖାନ, ୩୧ ବର୍ଷ ପରେ ସାମ୍ନାକୁ ଆସିଲା ଭିଡ଼ିଓ

ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ ନାଁ ରେ ଲୋକପ୍ରିୟ ଅବିନେତା ଆମିର ଖାନ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ସହ ପୂର୍ବରୁ ଘଟିଥିବା କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ‘କୟାମତ ସେ କୟାମତ ତକ’ (Qayamat Se Qayamat Tak) ଫିଲ୍ମର ପ୍ରମୋସନ ପାଇଁ ନିଜେ ଆମିର ଖାନ ରାସ୍ତାକୁ ଓହ୍ଲାଇଥିଲେ।

ସୂଚନା ମୁତାବକ ଆମିର ଖାନଙ୍କ ଏକ ପୁରୁଣା ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସହ-ଅଭିନେତା ରାଜ ଜୁତ୍ସିଙ୍କ ସହ ମୁମ୍ବାଇ ରାସ୍ତାରେ ନିଜ ଫିଲ୍ମକୁ ପ୍ରମୋଟ କରିବା ପାଇଁ ଅଟୋ ରିକ୍ସାରେ ପୋଷ୍ଟର ଲଗାଉଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓରେ ୨ ଜଣ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୧୯୮୮ମସିହାରେ ଆମିର ଖାନଙ୍କ ଅଭିନୀତ ଫିଲ୍ମ ‘କୟାମତ ସେ କୟାମତ ତକ’ ଖୁବ ଲୋକପ୍ରିୟ ହୋଇଥିଲା। ମୁଖ୍ୟ ଭୂମିକାରେ ଅଭିନୟ କରିବାରେ ଏହା ଆମିର ଖାନଙ୍କର ପ୍ରଥମ ଫିଲ୍ମ। ଏହି ଫିଲ୍ମର ଗୀତ ‘ପାପା କହତେ ହେଁ ବଡା ନାମ କରେଗା. . .’ ଖୁବ ଲୋକପ୍ରିୟ ହେବା ସହ ଆଜି ମଧ୍ଯ ଲୋକମାନେ ଏହି ଗୀତକୁ ଗୁଣୁ ଗୁଣୁ କରିଥାନ୍ତି।

ଏହି ଫିଲ୍ମ ପାଇଁ ଆମିର ଖାନଙ୍କୁ ବେଷ୍ଟ ଡେବ୍ୟୁ ଆକ୍ଟରର ଫିଲ୍ମଫେୟର ଆୱାର୍ଡ ମଧ୍ୟ ମିଳିଥିଲା। ଏହାପରେ ଆମିର ଖାନ କେବେ ପଛକୁ ଫେରିନାହାନ୍ତି। ଯାହାଫଳରେ ଆଜି ସେ ବଲିଉଡର ବଡ ବଡ ସଫଳତମ କଳାକାରଙ୍କ ମଧରେ ସ୍ଥାନ ପାଇପାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.