ଭାରତରେ କରୋନା ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି, ଗତ ୨୪ ଘଣ୍ଟାରେ ୧୬୮୪ଜଣ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍। ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି । ଏଯାଏ ୨୩ ହଜାର ୭୭ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ବିଭିନ୍ନ ହସ୍ପିଟାଲରେ ୧୭ ହଜାର ୬୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ୧୬୮୪ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୩୭ଜଣଙ୍କର ମୃତ୍ୟୁ ହୋଇଛି।

tahasildarସେପଟେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୪୩୦ ଆକ୍ରାନ୍ତ ହୋଇଥିବା ବେଳେ ୨୮୩ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ , ଗୁଜରାଟ ଓ ରାଜସ୍ଥାନରେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ଗୁଜରାଟରେ ୨ ହଜାର ୬୨୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୨ଜଣଙ୍କର ଜୀବନ ଗଲାଣି। ମଧ୍ୟପ୍ରଦେଶରେ ୧ ହଜାର ୬୯୯ ଜଣଙ୍କର ଆକ୍ରାନ୍ତ ହୋଇଥିବା ବେଳେ ୮୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୨୩୭୪ ଆକ୍ରାନ୍ତ ହୋଇଥିବା ବେଳେ ୫୦ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.