Below header

ପାକିସ୍ତାନ ରୋଗୀଙ୍କ ଉପରେ COVID-19 ଭ୍ୟାକସିନ ପରୀକ୍ଷଣ କରିବ ଚୀନ

ବିଶ୍ୱ ବ୍ୟାପି କରୋନା ଭାଇରସ ନିଜ କାୟା ବିସ୍ତାର କରିସାରିଥିବା ବେଳେ ପାକିସ୍ତାନ ସ୍ଥିତ ଜଣେ ଟେଲିଭିଜନ ପତ୍ରକାର ଦାବି କରିଛନ୍ତିକି, ଚିନ କୋଭିଡ଼-19ର ଏକ ଟୀକା ବିକଶିତ କରିଛି । ଚୀନବାଦ ଏହି ଟୀକା ପ୍ରଥମେ ଲାଭ କରିବା ଦେଶ ଗୁଡିକ ଭିତରେ ପାକିସ୍ତାନର ନାଁ ଅଛି । ସାଦୀୟା ଅଫଜଲ ନାମକ ସାମ୍ବାଦିକ ଜଣକ ଦାବି କରିଛନ୍ତିକି, ଚିନ ସ୍ଥିତ କମ୍ପାନୀ ପାକିସ୍ତାନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ ବା ଏନଆଇଏଚକୁ ପତ୍ର ଲେଖି ନିଜ ଦେଶରେ ଭ୍ୟାକସିନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସୂଚନା ଦେଇଥିଲେ । ପତ୍ର ଜରିଆରେ ଏହା ମଧ୍ୟ କୁହାଯାଇଛିକି, ଭ୍ୟାକସିନ କାର୍ଯ୍ୟକ୍ରମକୁ ନିଜ ପରୀକ୍ଷଣ ଆରମ୍ଭ କରିବା ପାଇଁ ଅତି କମରେ 3 ମାସ ପର୍ଯ୍ୟନ୍ତ ସମୟ ଲାଗିଯିବ ।

china vaccine

ଟ୍ୱିଟର ସାହାଯ୍ୟରେ ସେୟାର କରିଥିବା ଏହି ଭିଡିଓ ଟିରେ ଅଫଜଲ ଟେଲିଭିଜନ ଜରିଆରେ ଏନଆଇଏଚ ଚେୟାରପର୍ସନଙ୍କ ସହିତ କଥା ହେଉଥିବାର ନଜର ଆସିଛନ୍ତି । ଷ୍ଟେଜ-1 ଓ ଷ୍ଟେଜ-2 ପରୀକ୍ଷଣ ପାଇଁ ରୋଗୀ ମାନଙ୍କୁ ଭର୍ତ୍ତି କରିବା ପାଇଁ ଚିନ ଅନୁରୋଧ କରିଛି ।
ଦାବି ଅନୁସାରେ, ଯଦି ପାକିସ୍ତାନରେ ନଈଦନିକ ପରୀକ୍ଷଣ କରାଯାଏ ଓ ଏହା ସଫଳ ହୁଏ ତେବେ, ତେବେ ଭ୍ୟାକସିନ ଲାଭ କରିବାରେ ଏହା ପ୍ରଥମ ରାଷ୍ଟ୍ର ହେବ । କହି ରଖିବା ଉଚିତ ହେବକି, ଦୁନିଆର କୌଣସି ରାଷ୍ଟ୍ର କରୋନାଭାଇରସ ଟୀକା ବିକଶିତ କରିବାରେ ଏଯାବତ ସକ୍ଷମ ହୋଇନାହାନ୍ତି । କୋଭିଡ-19 ମହାମାରୀର ଚିକିତ୍ସା ଓ ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ଚେଷ୍ଟା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.