Below header

ରଥଯାତ୍ରା ଆୟୋଜନକୁ ନେଇ ସସପେନ୍ସ :ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳ, ଆଜି ବସୁଛି ଜରୁରୀ ବୈଠକ

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ପଡିବ କି କରୋନା ଛାଇ। ଆୟୋଜନକୁ ନେଇ ଜାରି ରହିଛି ସସପେନ୍ସ । ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଏବଂ ଜିଲ୍ଲାପାଳ । ଆଗକୁ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଏବଂ ରଥଯାତ୍ରା ଆସୁଛି । ଆଉ ଗୋଟିଏ ଦିନ ପରେ ପଡୁଛି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା । ଏହି ଦିନ ରଥକାଠ ମଧ୍ୟ ଅନୁକୂଳ ହେବ। ଏନେଇ ଉଭୟ ମହାରଣା ଓ ଭୋଅ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଏହାପରେ ୩ଟି ରଥର ନିର୍ମାଣ କାମ ସହ ମହାପ୍ରଭୂଙ୍କ ୨୧ଦିନିଆ ଚାପଖେଳ ଆରମ୍ଭ ହେବ।

sankaracharyaତେବେ ଏଥର ଚାପ ଖେଳ ବିନା ଭକ୍ତରେ ଅନୁଷ୍ଠିତ ହେବ। କିନ୍ତୁ ରଥଯାତ୍ରା ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏନେଇ ଦିନ ୧୨ଟାରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ। ଭିଡିଓ କନଫରେନ୍‌ସିଂରେ ଗଜପତି ମହାରାଜ ଓ ମୁଖ୍ୟ ପ୍ରଶାସକ ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.