ଏଟିଏମ୍‍ରୁ ମଧ୍ୟ ବ୍ୟାପୁଛି ସଂକ୍ରମଣ ! ତିନି ଯବାନ ଏଟିଏମରୁ ସଂକ୍ରମିତ ହେବାରୁ କ୍ୱାରେଣ୍ଟାଇନରେ ଗଲେ ୨୮ ଲୋକ

କରୋନା ଦିନକୁ ଦିନ ବ୍ୟାପିବାରରେ ଲାଗିଛି । ଏଥିପାଇଁ ଭାରତରେ ଲକଡାଉନ ଚାଲିଥିବା ବେଳେ କିଛି ଜରୁରୀକାଳିନୀ ସେବା ଖୋଲା ରହିଛି । କିନ୍ତୁ ବ୍ୟାଙ୍କ ଏଟିଏମରୁ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି । ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟ ଅନୁସାରେ ଏକ ଏଟିଏମ ବୁଥକୁ ଏହି ତିନି ଯବାନମାନେ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ତିନିଜଣଯାକ ଏଟିଏମରୁ ଟଙ୍କା ଉଠାଇ ନେଇଥିଲେ । ଏଟିଏମ୍‍ ଯୋଗୁଁ ଏହି ତିନି ଯବାନ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି । ଏହି ଯବାନ ସମ୍ପର୍କରେ ଆସିଥିବା ୨୮ ଜଣଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ।

gujurat

ଦେଶରେ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ପୋଲିସ କର୍ମୀ, ସୁରକ୍ଷା ବାହିନୀ ଏବଂ ଦେଶର ପ୍ରମୁଖ ତିନି ବାହିନୀ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ନିକଟରେ ମହାରାଷ୍ଟ୍ରର ନୌସେନାରେ କାମ କରୁଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ୨୫ ଜଣ ନୌସେନା କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା । ଏଥିରେ ୨୧ ଜଣ ପଜିଟିଭି ରିପୋର୍ଟ ଆସିଥିଲା ।

ସୂଚନାଯୋଗ୍ୟ, ଦେଶରେ ଏପର୍ଯ୍ୟନ୍ତ ୨୧ରୁ ଉର୍ଦ୍ଧ୍ୱ କରୋନରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୦୦ ରୁ ଉର୍ଦ୍ଧ୍ୱରେ ପହଞ୍ଚିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.