Below header

ଡ୍ରଗ୍ସ ମାମଲାରେ ଯୋଡ଼ି ହେଲା ଆଉ ୨ ଷ୍ଟାରଙ୍କ ନାଁ, ଟିଭି କଳାକାର ଅବିଗେଲ ଓ ସନମ୍‌ଙ୍କୁ ଜେରା କଲା ଏନ୍‌ସିବି

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ ଏନ୍‌ସିବି ପୂରା ଆକ୍ଟିଭ୍‌ ହୋଇଯାଇଛି। ଏବେ ଯାଏଁ ଏନ୍‌ସିବି ରିୟା ଓ ତାଙ୍କ ଭାଇକୁ ଗିରଫ କରିଥିବା ବେଳେ ଆଜି ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ସିମୋନ୍‌ ଖମ୍ବାଟା, ରକୁଲ ପ୍ରୀତ ସିଂହଙ୍କୁ ସମନ ଜାରି କରିଛି। ସେମାନଙ୍କୁ ୩ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ତେବେ ଏହି ମାମଲାରେ ଏବେ ଟିଭି କପଲ ଅବିଗେଲ ପାଣ୍ଡେ ଓ ସନମ ଜୋହରଙ୍କ ନାଁ ସାମ୍ନାକୁ ଆସିଛି।

ଡ୍ରଗ୍ସ ମାମଲାରେ ନାଁ ସାମ୍ନାକୁ ଆସିବା ପରେ ଉଭୟ ଅବିଗେଲ ଓ ସନମ୍‌ ପଚରାଉଚରା ପାଇଁ ଏନ୍‌ସିବି ଅଫିସକୁ ଯାଇଥିଲେ। କୁହାଯାଉଛି ଯେ ଏହି ଦୁଇ ଷ୍ଟାର ଡ୍ରଗ୍‌ ପେଡଲର ଅନୁଜ କେଶବାନୀଙ୍କ ସହ ଯୋଗାଯୋଗ କରିଥିଲେ। ଏବେ ଏମାନଙ୍କୁ ଡ୍ରଗ୍ସ ବିଷୟରେ ପଚରାଉଚରା କରାଯାଉଛି।

Abigail and Sanam

ସୂଚନାଯୋଗ୍ୟ ଯେ ଅବିଗେଲ ପାଣ୍ଡେ ଟିଭି ଦୁନିଆର ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ଅଭିନେତ୍ରୀ। ସେ ସାଜନ ଘର ଜାନା ହେ, ହମ୍‌ସେ ହେ ଲାଇଫ୍‌ ଓ କ୍ୟା ଦିଲ ମେ ହେ ଭଳି ସିରିୟଲରେ ନଜର ଆସିଛନ୍ତି। ସେହିପରି ସନମ୍‌ ଜୋହର ମଧ୍ୟ ଜଣେ ଟିଭି କଳାକାର। ସେ ଅବିଗେଲଙ୍କ ବୟଫ୍ରେଣ୍ଡ ମଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.