Below header

ସୁଟିଂ ସେଟରେ ଅଘଟଣ, ଷ୍ଟଣ୍ଟ ସିନ୍‌ ସମୟରେ ହିରୋ ଶ୍ରେୟାନ ଓ ହିରୋଇନ୍‌ ଭୂମିକା ଅଳ୍ପକେ ବର୍ତ୍ତିଗଲେ

ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଅଳ୍ପକେରେ ବର୍ତ୍ତିଗଲେ । ନହେଲେ ଜୀବନ ଚାଲି ଯାଇଥାନ୍ତା ।

ଭୁବନେଶ୍ୱର (କେନ୍ୟୁଜ୍‌) : ଯବାନ ପରିବାରର ସଂର୍ଘଷ କାହାଣୀ । ଏହାକୁ ଫିଲ୍ମର ରୂପ ଦିଆଯାଉଛି । ଏହି ନୂଆ ଓଡ଼ିଆ ଫିଲ୍ମର ନାଁ ହେଉଛି ‘ଅପରେସନ ୧୨/୧୭’ା ଏହାର ସୁଟିଂ ଗତକାଲି କଟକ ଆଠଗଡ ଅଞ୍ଚଳରେ ଚାଲିଥିବା ବେଳେ ଘଟିଲା ଗୋଟେ ବଡ଼ ଅଘଟଣ l ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଅଳ୍ପକେରେ ବର୍ତ୍ତିଗଲେ । ନହେଲେ ଜୀବନ ଚାଲି ଯାଇଥାନ୍ତା । ଏଥିଯୋଗୁଁ ବେଶ୍‌ କିଛି ସମୟ ପାଇଁ ସୁଟିଂ ବନ୍ଦ କରିବାକୁ ପଡିଥିଲା l

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ‘ଅପରେସନ ୧୨/୧୭’ ର ଏକ ଷ୍ଟଣ୍ଟ ସିନ ସୁଟିଂ କାଠଯୋଡି ପାଣି ଭିତରେ ଚାଲିଥିଲା । ଏତିକି ବେଳେ ହଠାତ୍‌ ନାୟକ ଶ୍ରେୟାନ ନଦୀର ପ୍ରଖର ଶ୍ରୋତରେ ଭାସି ଯାଇଥିଲେ । ହେଲେ ଠିକ୍ ସମୟରେ ଫିଲ୍ମ ୟୁନିଟ୍‌ର ଅନ୍ୟ ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଙ୍କ ସହାୟତାରେ ଆଶୁ ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ l

ଶ୍ରେୟାନ ଭଲ ଭାବରେ ପହଁରିବା ଶିଖିଥିଲେ ମଧ୍ୟ ପାଣିର ପ୍ରଖର ସ୍ରୋତ ତାଙ୍କୁ କିଛି ବାଟ ଟାଣି ନେଇଥିଲା । ତେବେ ସମସ୍ତଙ୍କ ସତର୍କତା ଏବଂ ଭାଗ୍ୟ ଜୋରରୁ ତାଙ୍କର କିଛି କ୍ଷତି ହୋଇନଥିଲା । ଘଟଣା ପରେ ସେ ଡରି ନଯାଇ ପୁଣି ସେଟକୁ ଫେରି ସୁଟିଂ ଆରମ୍ଭ କରିଥିଲେ l ସେହିପରି ନାୟିକା ଭୂମିକା ମଧ୍ୟ ସେଟ୍‌୍‌ରେ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା କିନ୍ତୁ ସେ ମଧ୍ୟ ଚିକିତ୍ସା ପରେ ସେଟକୁ ଫେରି ପୁଣି ସୁଟିଂ ଆରମ୍ଭ କରିଥିଲେ l ତେବେ ଘଟଣା ଭୟଙ୍କର ଥିଲା ବୋଲି ଉଭୟ ଶ୍ରେୟାନ ଏବଂ ଭୂମିକା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.