ତିନି ମାସରେ ଭାରତରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଭିଡିଓ ଡିଲିଟ୍‌ କରିଛି ୟୁଟ୍ୟୁବ, କାହିଁକି ଜାଣନ୍ତୁ

ଭାରତରେ ୟୁଟ୍ୟୁବରେ ଏତେ ସବୁ ବେନିୟମ ଭିଡିଓ ପଡ଼ିଥିଲା ଯେ ତାର କଳନା କରିବା ମୁସ୍କିଲ

ନୂଆଦିଲ୍ଲୀ : କମ୍ୟୁନିଟି ଗାଇଡଲାଇନ୍‌ ଆଧାରରେ ୟୁଟ୍ୟୁବ୍‌ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କେବଳ ଭାରତରୁ ପ୍ରାୟ ୧୯ ଲକ୍ଷ ଭିଡିଓ ଡିଲିଟ୍‌ କରିଛି । ଭାରତରେ ୟୁଟ୍ୟୁବରେ ଏତେ ସବୁ ବେନିୟମ ଭିଡିଓ ପଡ଼ିଥିଲା ଯେ ତାର କଳନା କରିବା ମୁସ୍କିଲ । ଲୋକେ ମନଇଚ୍ଛା ଭିଡିଓ ଅପଲୋଡ୍‌ କରିଥିଲେ । ୟୁଟ୍ୟୁବର ଗାଇଡ୍‌ ଲାଇନ୍‌କୁ ମାନିନଥିଲେ । ତେଣୁ ଏହାକୁ ଡିଲିଟ୍‌ କରାଯାଇଛି । କେବଳ ତିନି ମାସ ଭିତରେ ଏତେ ସଂଖ୍ୟକ ଭିଡିଓ ଡିଲିଟ୍‌ ହୋଇଛି । ଯାହା ବିଶ୍ୱରେ ସର୍ବାଧିକ ।

ଭାରତ ପଛକୁ ଆମେରିକାର ୬ ଲକ୍ଷ ୫୪ ହଜାର ୯୬୮ ଭିଡିଓ ଡିଲିଟ୍‌ ହୋଇଛି । ରୁଷିଆର ୪ ଲକ୍ଷ ୯୧ ହଜାର ୯୩୩, ବ୍ରାଜିଲର ୪ ଲକ୍ଷ ୪୯ ହଜାର ୭୫୯ଟି ଭିଡିଓକୁ ଏହି କାରଣରୁ ୟୁଟ୍ୟୁବ ଡିଲିଟ୍‌ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.