Below header

ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ସଂକ୍ରମିତ, ସୋସିଆଲ ମିଡିଆରେ ଲେଖିଲେ ଏପରି

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାପରେ ନିଜେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏହା ବିଷୟରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ରକୁଲ କ୍ୱାରେଣ୍ଟିନରେ ଥିବା କଥା ଜଣାଇଛନ୍ତି। ତେବେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଜଣାଇଛନ୍ତି ଯେ ସେ କୋଭିଡ ୧୯ ପଜିଟିଭ୍‌ ଜାଣିବା ପରେ ନିଜକୁ କ୍ୱାରେଣ୍ଟିନରେ ରଖିଛନ୍ତି।

ଏଥସହିତ ସେ ଏବେ ଭଲ ଅଛନ୍ତି ଏବଂ ଆରାମ କରୁଛନ୍ତି ବୋଲି କହିଛନ୍ତି। ଆଉ ବହୁତ ଜଲଦି ସେ ସୁଟିଂକୁ ଫେରିବେ ବୋଲି ମଧ୍ୟ ଜଣାଇଛନ୍ତି। ସେ ତାଙ୍କ ସହିତ ମିଶିଥିବା ସମସ୍ତ ଲୋକଙ୍କୁ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।

ରକୁଲ ପ୍ରୀତ ସିଂହ ନିକଟରେ ମୁଭିର ସୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମର ଡାଇରେକସନ୍‌ ଅଜୟ ଦେବଗନ କରୁଛନ୍ତି। ରକୁଲ ପ୍ରୀତ ସିଂହଙ୍କ ବ୍ୟତୀତ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଅଜୟ ଦେବଗନ ମଧ୍ୟ ନଜର ଆସିବେ। କିଛି ଦିନ ପୂର୍ବରୁ ରକୁଲ ଫିଲ୍ମ ସେଟରୁ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

 

View this post on Instagram

 

A post shared by Rakul Singh (@rakulpreet)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.