କରୋନା ନାହିଁ କହି ବିମାନରେ ଯାତ୍ରା କରୁଥିଲେ ବ୍ୟକ୍ତି, ମାତ୍ର ମଝି ଆକାଶରେ ହିଁ ଚାଲିଗଲା ଜୀବନ

କରୋନା ଆତଙ୍କ ସାରା ବିଶ୍ୱରେ ଜାରି ରହିଛି। ଏହି ମହାମାରୀ ଯୋଗୁ ଏବେ ଯାଏଁ ପ୍ରାୟ ୧୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ପାଖାପାଖି ୮ କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ଏଭଳି ଜୀବନମରଣ ସ୍ଥିତିରେ ଆମେରିକାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ମିଛ କହି ଉଡ଼ାଣ ଭରିଥିବା ଜଣେ କରୋନା ଆକ୍ରାନ୍ତଙ୍କର ବିମାନରେ ହିଁ ମୃତ୍ୟୁ ଘଟିଛି।

ରିପୋର୍ଟ ମୁତାବକ, ଏହି ବ୍ୟକ୍ତିଙ୍କ ଠାରେ ଗତ ସପ୍ତାହେ ହେଲା କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ସେ କୌଣସି ଜିନିଷର ବାସ୍ନା ବାରି ପାରୁନଥିଲେ କି ଖାଦ୍ୟର ସ୍ୱାଦ ମଧ୍ୟ ଜାଣିପାରୁନଥିଲେ। ମାତ୍ର ବ୍ୟକ୍ତି ଜଣକ ନିଜର କରୋନା ନଥିବା କହୁଥିଲେ। ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ବ୍ୟକ୍ତି ଜଣକ ଥରୁଥିଲେ ଓ ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ବିମାନ ଟେକ୍‌-ଅଫ୍‌ କରିବା ପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଲା।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କିଛି ଯାତ୍ରୀ ମଧ୍ୟ ସାହାଯ୍ୟ କରିବାକୁ ତାଙ୍କ ପାଖକୁ ଆସିଥିଲେ। ବ୍ୟକ୍ତି ଜଣକ ଫ୍ଲାଇଟ୍‌ରେ ମାସ୍କ ଲଗାଇଥିଲେ ଓ ବିମାନରେ ଏକ ଘଣ୍ଟା ଯାତ୍ରା କରିବା ପରେ ନିଃଶ୍ୱାସ ନେବା ସମ୍ପୂର୍ଣ୍ଣ ବନ୍ଦ କରି ଦେଲେ। ଏହା ପରେ କ୍ୟାବିନ୍‌ କ୍ରୁର ପାରା ମେଡିକାଲ ଟିମ୍‌ଙ୍କୁ ଡକାଯାଇଥିଲା। ସେମାନେ ସଂକ୍ରମଣକୁ ଭ୍ରୁକ୍ଷେପ ନ କରି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର କିଛି ବି ଲାଭ ହୋଇନଥିଲା। ବିମାନରେ ହିଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତେବେ ଏବେ ଯାଏଁ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.