Below header

ଶୀତ ପାଇଁ ୧୫ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ, ଅତି ଆବଶ୍ୟକ ନଥିଲେ ରାତିରେ ଘରୁ ବାହାରନ୍ତୁ ନାହିଁ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଶୀତ ଲହରୀକୁ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି। ୧୫ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଦେଲେ ଏସଆରସି। ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ। ରାତିରେ ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।

ଥଣ୍ଡା ବଢ଼ିବ ତେଣୁ ସତର୍କ ରୁହନ୍ତୁ। ବାସହୀନଙ୍କ ପାଇଁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିବାକୁ ଚିଠି। ରାତିରେ ଦୁଇ ଚକିଆ ଯାନରେ ଯାତ୍ରା ନକରିବାକୁ ପରାମର୍ଶ। ସେହିପରି ଯଦି ନିଆଁ ଜାଳୁଛନ୍ତି ତେବେ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ଶୀତ ପାଇଁ ବ୍ୟବହୃତ ବୈଦ୍ୟୁତିକ ସରଞ୍ଜାମକୁ ସତର୍କତାର ସହ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.