Below header

୩୧ ବର୍ଷ ପରେ ପରଦାରେ ଦେଖା ଦେବେ ଏହି ଦିବଙ୍ଗତ ଅଭିନେତା, ଅଭିନୟ ଦେଖି ସମସ୍ତେ ହୋଇଯିବେ କାବା

ଅଭିନେତା ରାଜୀବ କପୁରଙ୍କ ନିଧନ ଦୁଇ ଦିନ ତଳେ ହୋଇଯାଇଛି । ୧୯୯୦ ରେ ‘ଜିମ୍ମେଦାର’ ଫିଲ୍ମରେ ସେ ଶେଷ ଥର ପାଇଁ ଅଭିନୟ କରିଥିଲେ । ତା’ପରେ ସେ ଅଭିନୟ ଛାଡ଼ି ଫିଲ୍ମ ନିର୍ମାଣରେ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ନିର୍ଦ୍ଦେଶକ ଆଶୁତୋଷ ଗୋବାରିକରଙ୍କ ଫିଲ୍ମ ‘ତୁଲସିଦାସ ଜୁନିୟର’ ରେ ପ୍ରାୟ ୩୧ ବର୍ଷ ପରେ ପୁଣି ଥରେ ପରଦାରେ ଅଭିନୟ କରୁଥିବା ନଜର ଆସିଥାନ୍ତେ । ହେଲେ ତାଙ୍କର ଅକାଳ ବିୟୋଗ ତାଙ୍କ ପାଇଁ ଏହି ଫିଲ୍ମ ଶେଷ ଫିଲ୍ମ ହୋଇଗଲା ।

rajeev kapoor
photo credit: patrika.com

କରୋନା ନ ହୋଇଥିଲେ ତାଙ୍କର ଫିଲ୍ମ ‘ତୁଲସୀଦାସ ଜୁନିୟର’ ରିଲିଜ ହୋଇସାରନ୍ତାଣି । ହେଲେ କରୋନା ପାଇଁ ଫିଲ୍ମ ରିଲିଜ ହୋଇ ପାରି ନଥିଲା । ହେଲେ ନିକଟରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ସେ ଆଉ ଦେଖିବାକୁ ନାହାଁନ୍ତି କିମ୍ବା ତାଙ୍କର ପ୍ରଶଂସକଙ୍କ ପ୍ରଶଂସା ସାଉଁଟିବାକୁ ନାହାଁନ୍ତି ।

କରୋନା ହୋଇ ନଥିଲେ ରିଲିଜ ହୋଇଥାନ୍ତା ରାଜୀବଙ୍କ ଫିଲ୍ମ :

ଫିଲ୍ମ ‘ତୁଲସୀଦାସ’ର ନିର୍ଦ୍ଦେଶକ ଗୋବାରିକର କୁହନ୍ତି ଯେ ଫିଲ୍ମର ପ୍ରମୋଶନ ପାଇଁ ଆସନ୍ତା ଫେବ୍ରୁଆରୀ ୧୪ରେ ଟିମ୍‌ ସହିତ ତାଙ୍କର ଇଣ୍ଟରଭ୍ୟୁ ଦେବାର ଥିଲା । ହେଲେ ତା’ ପୂର୍ବରୁ ରାଜୀବ କପୁର ଚାଲିଗଲେ ଆର ପାରିକୁ । କରୋନା ହୋଇ ନଥିଲେ ଫିଲ୍ମଟି ରିଲିଜ ହୋଇସାରନ୍ତାଣି ବୋଲି କୁହନ୍ତି ନିର୍ଦ୍ଦେଶକ ଗୋବାରିକର ।

rajeev kapoor
photo credit: www.jagran.com

ଫିଲ୍ମରେ ମୁଖ୍ୟ ଭୂମିକାରେ ସଂଜୟ ଦତ୍ତ ଅଛନ୍ତି ହେଲେ ରାଜୀବ କପୁରଙ୍କ ଭୂମିକା ଏଥିରେ ଏକ ପ୍ରକାର ମୁଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୁନିୟର ୧୪ ବର୍ଷର ପୁଅ ଯେ କି ରାଜୀବଙ୍କ ପୁଅ ଭୂମିକାରରେ ଅଭିନୟ କରୁଛନ୍ତି । ମୃଦୁଳଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ‘ତୁଳସୀଦାସ ଜୁନିୟର’ ଏକ ପ୍ରେରଣାଦାୟକ ସ୍ପୋର୍ଟସ ଡ୍ରାମା ଯାହା ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ ପର୍ଯ୍ୟବସିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.