ଭାଇରାଲ ହେଉଛି ଅକ୍ଷରା ସିଂହଙ୍କ TikTok ସ୍ପେଶାଲ୍‌ ସଂଗ୍‌, ଦେଖନ୍ତୁ ମଜାଦାର୍‌ ଭିଡିଓ

ରିତେଶ ପାଣ୍ଡେଙ୍କ ଭୋଜପୁରୀ ଗୀତ ‘ହ୍ୟାଲୋ କନ୍‌’ର ଟିକ୍‌ଟକ୍‌ରେ ପପୁଲାର୍‌ ହେବାପରେ ଅନେକ ଭୋଜପୁରୀ ଗୀତିକାରମାନେ ଏହିଭଳି ଅନେକ ଗୀତ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଟିକ୍‌ଟକ୍‌ରେ ଏହାର ଲୋକପ୍ରିୟତା ଦେଖିବା ପରେ ଅନେକ ମ୍ୟୁଜିକ୍‌ କମ୍ପାନୀ ମଧ୍ୟ ଏହିଭଳି ଗୀତକୁ ଡିମାଣ୍ଡ କରିବାରେ ଲାଗିଛନ୍ତି। ରିତେଶ ପାଣ୍ଡେଙ୍କ ପରେ ଖେସାରୀ ଲାଲ, ପଓ୍ଵନ ସିଂହ ମଧ୍ୟ ଅକ୍ଷରା ସିଂହଙ୍କ ଟିକ୍‌ଟକ୍‌କୁ ନେଇ ଏଭଳି ଗୀତ ନେଇଆସିଛନ୍ତି।

video courtesy : Akshara Singh

ସୂଚନା ମୁତାବକ ଅକ୍ଷରା ସିଂହଙ୍କର ଏହି ଗୀତରେ ଭିଡିଓକୁ ଲେକାମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଗୀତରେ ଅକ୍ଷରାଙ୍କ ଡାଇଲଗ୍‌ ରହିଛି, ‘କଲ୍‌ କରୁ କ୍ୟା’। ଏହି ଭିଡିଓକୁ ଦୁଇ ଦିନ ଭିତରେ ଲୋକମାନେ୧୦ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି। ଏହି ଗୀତକୁ ଅକ୍ଷରା ସିଂହ ନିଜେ ୟୁଟ୍ୟୁବ୍‌ରେ ରିଲିଜ୍‌ କରିଛନ୍ତି। ଏହି ଗୀତରେ ଡାଇଲଗ୍‌ ଲେଖିଛନ୍ତି ଆଶୀଷ ବର୍ମା ଏବଂ ଏଥିରେ ଭଏସ୍‌ ଦେଇଛନ୍ତି ଅକ୍ଷରା ସିଂହ।