ଭଦ୍ରକରେ ଘନ କୁହୁଡି ହେଲା କାଳ: ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ଦୁଇ ପାରାଲିସିସ୍ ରୋଗୀଙ୍କ ସହ ୨ଆହତ

ଭଦ୍ରକ(କେନ୍ୟୁଜ୍): ଘନ କୁହୁଡି ହେଲା କାଳ । ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ। ଭଦ୍ରକ ଜିଲ୍ଲା ୧୬ ନଂ ରାଜପଥର ଡାହାଣିଗଢିଆ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ୨ଟି କୋଲକତାର ଦେବଡା ଅଞ୍ଚଳରୁ କଟକ ଅଭିମୁଖେ ଯାଉଥିଲେ । ଏକ ଟ୍ରଲର ସାଇଟ ମାରିବାରୁ ଆମ୍ବୁଲାନ୍ସକୁ ପଛରୁ ପିଟିଦେଇଥିଲା ଆମ୍ବୁଲାନ୍ସ । ଏଥିରେ ଥିବା ୨ଜଣ ପାରାଲିସିସ୍ ରୋଗୀଙ୍କ ସହ ୨ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.