Below header

ପୁଣି ଅକ୍ଷୟ ଦେଖାଇଲେ ମହାନତା, କରୋନା ଯୁଦ୍ଧରେ ଜରୁରୀ ସେବା ଯୋଗାଉଥିବା ବିଏମସିକୁ ଦେଲେ ଏତିକି କୋଟି ଟଙ୍କା

ସମଗ୍ର ବିଶ୍ୱ ଏବେ କରୋନା ଭାଇରସ ସହିତ ଲଢୁଛି। ଏମିତିରେ ବଡବଡ ଶିଳ୍ପଦ୍ୟୋଗୀ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାରପର୍ଯ୍ୟନ୍ତ ସମସ୍ତେ ସହାୟତାରେ ହାତ ବଢାଇଛନ୍ତି। ଏହି ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ବଲିଉଡର ଆକ୍ସନ ଷ୍ଟାର ଖିଲାଡି କୁମାର। ନିକଟରେ ଅକ୍ଷୟ ୨୫ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିଥିଲେ କିନ୍ତୁ ଏବେ ପୁଣି ଥରେ ଅକ୍ଷୟ କୁମାର ବିଏମ୍‌ସି (ମୁମ୍ବାଇ ମହାନଗର ପାଳିକା)ର ସହାୟତା ପାଇଁ ହାତ ବଢାଇଛନ୍ତି। ଅକ୍ଷୟ ବିଏମ୍‌ସିକୁ ୩ କୋଟି ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି।

tnk

ରିପୋର୍ଟ ମୁତାବକ, ଅକ୍ଷୟ କୁମାର ଡକ୍ଟରଙ୍କ ପାଇଁ ପିପିଇ, ମାସ୍କ ଏବଂ ରାପିଡ ଟେଷ୍ଟ କିଟ୍‌ ମଧ୍ୟ କିଣିବା ପାଇଁ ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ପୂର୍ବରୁ ଅକ୍ଷୟଙ୍କ ଏପରି ମହାନତା ଦେଖି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶ ଲକଡାଉନ ଥିବା ବେଳେ ଯେଉଁମାନେ ଜରୁରୀକାଳୀନ ସେବା ଯୋଗାଉଛନ୍ତି, ସେମାନଙ୍କୁ ଅକ୍ଷୟ ହୃଦୟରୁ ଧନ୍ୟବାଦ ଜଣାଇଥିବା ଦେଖାଦେଇଛି। ଅକ୍ଷୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କରିଛନ୍ତି, ଯେଉଁଥିରେ ଜରୁରୀ ସେବା ପ୍ରଦାନ କରୁଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.