Below header

ଅନ୍ଧ ହୋଇ ଯାଇପାରନ୍ତି ଅମିତାଭ ବଚ୍ଚନ, ବ୍ଲଗ୍ ଲେଖି ଜଣାଇଲେ ନିଜ ମନର କଥା

ବଲିଉଡର ବିଗବି ନାମରେ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ନିଜର ଫ୍ୟାନମାନଙ୍କ ପାଇଁ ପ୍ରୟତଃ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ନିକଟରେ ସେ ଏପରି କିଛି ଲେଖିଛନ୍ତି ଯାହାକୁ ନେଇ ତାଙ୍କ ଫ୍ୟାନମାନେ ଚିନ୍ତାରେ ପଡିଯାଇଛନ୍ତି ।

ସୁଚନା ଅନୁଯାୟୀ ବିଗବି ଏବେ ନିଜ ଆଖିର ଜ୍ୟୋତିକୁ ନେଇ ଚିନ୍ତାରେ ଅଛନ୍ତି ଏବଂ ତାଙ୍କୁ ଡର ଲାଗୁଛି ଯେ ସେ ଦୃଷ୍ଟିହୀନ ହୋଇପାରନ୍ତି । ସେ ଲେଖିଛନ୍ତି ତାଙ୍କୁ ଏବେ ସବୁକିଛି ଧୂଆଁ ଧୂଆଁ ଦେଖାଯାଉଛି ଓ ଅଧିକାଂଶ ଜିନିଷ ଦୁଇଦୁଇଟା ମଧ୍ଯ ଦେଖାଯାଉଛି । କିଛିଦିନ ହେବ ସେ ଅନୁଭବ କରୁଛନ୍ତି ଯେ ସେ ଅନ୍ଧ ହୋଇପାରନ୍ତି । ସେ ଲେଖିଛନ୍ତି ଏମିତିରେ ବି ତାଙ୍କର ଅନେକ ଶାରୀରିକ ସମସ୍ୟା ରହିଛି ତେବେ ତାସହିତ ଏବେ ଏକ ନୂଆ ସମସ୍ୟା ଯୋଡି ହେବାକୁ ଯାଉଛି ।

aa

ଯଦିଓ ଅମିତାଭ ଆଗକୁ ଲେଖିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ପରେ ସେ କହିଛନ୍ତି ଯେ ମୁଁ ଅନ୍ଧ ହେବିନାହିଁ । ଏହାସହିତ ସେ ଆଇ ଡ୍ରପ୍ ମଧ୍ଯ ଦେଇଛନ୍ତି, କେବଳ ସେତିକି ନୂହେଁ ଡିଜିଟାଲ ସ୍କ୍ରିନ୍ କମ୍ ଦେଖିବା ପାଇଁ ଡାକ୍ତର୍ ପରାମର୍ଶ ଦେଇଛନ୍ତି । ସୁଚନା ଅନୁଯାୟୀ କରୋନା ଭାଇରସ୍ କାରଣରୁ ଅମିତାଭ ଏବେ ସେଲ୍ଫ ଆଇସୋଲେସନରେ ଅଛନ୍ତି ଏବଂ ଘରେ ରହି ସେ ଲୋକମାନଙ୍କୁ କରୋନା ବିଷୟରେ ସଚେତନ କରାଉଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.