ବିଗ ବି ଅମିତାଭ ବଚ୍ଚନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ଵାର୍ଡ

ବିଗ ବି ଅମିତାଭ ବଚ୍ଚନଙ୍କୁ ମିଳିବ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ। ଏନେଇ ଘୋଷଣା ହୋଇଛି। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପାଖାପାଖି ଦୁଇ ଦଶନ୍ଧି ଧରି ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରି ଆସିଛନ୍ତି ବିଗ୍‌ ବି। ସୋଲେ, ଡନ୍‌, ଦିଓ୍ଵାର, ଅଗ୍ନିପଥ, ଜଞ୍ଜିର, ମୁକଦର କା ସିକନ୍ଦର, ବ୍ଲାକ୍‌ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଅମିତାଭ।