Below header

ସୋନମଙ୍କ ପାଦ ତଳେ ବସି ତାଙ୍କୁ ଜୋତା ପିନ୍ଧାଇଲେ ସ୍ବାମୀ ଆନନ୍ଦ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ବିବାହ ପରେ ସୋସିଆଲ ମିଡ଼ିଆରେ ଅନେକ ରୋମାଣ୍ଟିକ୍ ଫଟୋ ପାଇଁ ଚର୍ଚ୍ଚାରେ ରହି ଅସୁଛନ୍ତି। ନିକଟରେ ଆନନ୍ଦ ମୁମ୍ବାଇରେ ନିଜର ଏକ ବେଜ୍- ନନବେଜ୍ ଜୋତା ଶୋରୁମ୍ ବ୍ରାଞ୍ଚର ଉଦଘାଟନ କଲେ। ଏହି ସମୟରେ ତାଙ୍କ ସହ ନଜର ଆସିଥିଲେ ତାଙ୍କ ଧର୍ମପତ୍ନୀ ତଥା ବଲିଉଡ଼ର ସାୱରିୟା ଗର୍ଲ ସୋନମ କପୁର।

ଶୋରୁମ୍ ଉଦଘାଟନ ଅବସରରେ ଦୁହିଁଙ୍କୁ ଡ଼େନିମ୍ ଲୁକରେ ଦେଖିବାକୁ ମିଳିଥିବା ବେଳେ ହାତରେ ହାତ ଛନ୍ଦି ଖୁବ୍ ଖୁସି ନଜର ଆସିଥିଲେ। ଏଥିରେ ସମସ୍ତ ମିଡ଼ିଆ ସାମ୍ନାରେ ସୋନମଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବାକୁ ପଛଘୁଞ୍ଚା ଦେଇନଥିଲେ ଆନନ୍ଦ। ପ୍ରଥମତଃ ସେ ଶୋରୁମକୁ ସୋନମଙ୍କୁ କୋଳରେ ଉଠାଇ ନେଇଥିବା ବେଳେ ଦ୍ବିତୀୟତଃ ଆନନ୍ଦ ସୋନମଙ୍କ ପାଦ ତଳେ ବସି ସୋନମଙ୍କ ପାଦରେ ଫୁଟୱଆର ପିନ୍ଧାଇଥିଲେ।

ଫିଲ୍ମ ବିଷୟରେ କହିବାକୁ ଗଲେ ସୋନମଙ୍କୁ ଆଗକୁ ତାଙ୍କ ଅଭିନେତା ପିତା ଅନିଲ କପୁରଙ୍କ ସହ ଏକ ଲଡ଼କି କୋ ଦେଖା ତୋ ଏସା ଲଗାରେ ନଜର ଆସିବାକୁ ଯାଉଛନ୍ତି। ଏହା ଫେବୃଆରୀ ୧ ,୨୦୧୯ ମସିହାରେ ରିଲିଜ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.