Below header

ଝିଅକୁ ଧରି ବର୍ଥ ଡେ’ ରେ ଡ୍ୟାନ୍ସ କଲେ ଅଙ୍କିତା ଲୋଖଣ୍ଡେ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

ଟେଲିଭିଜନରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପହଞ୍ଚିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଅଙ୍କିତା ଅଧିକାଂଶ ସମୟ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରହିଥାନ୍ତି। ଏନେଇ ଅଙ୍କିତା ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ଅଙ୍କିତା ଖୁବ୍‌ କ୍ୟୁଟ୍‌ ଦେଖାଯିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Ankita Lokhande (@lokhandeankita)

ଏସବୁ ମଧ୍ୟରେ ଅଙ୍କିତା ଏବେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅଙ୍କିତା ଛୋଟ ଶିଶୁକୁ କୋଳରେ ନେଇ ‘ହାପ୍ପୀ ବର୍ଥଡେ’ ଗାଉଥିବାର ନଜର ଆସିଛନ୍ତି। ସେହିଭଳି ଅନ୍ୟ ଏକ ଭିଡିଓେରେ ସେ ନେହା କକ୍କଡଙ୍କ ଗୀତ ‘ତାରେ କେ ସହର ମେ’ ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଅଙ୍କିତା ଏହିସବୁ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି, ‘ଚଲୋ ଲେ ଚଲେ ତୁମ୍ହେ . . .।’ ଅଙ୍କିତାଙ୍କ ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ତାରିଫ୍‌ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.