ଫଟୋ ସୁଟ୍ କରୁଥିଲେ ୩୦ ଜଣ ମଡେଲ, ହଠାତ୍ ବ୍ରିଜ୍ ଭାଙ୍ଗିଯିବାରୁ ସମସ୍ତେ ଦୁଲଦାଲ୍ ହୋଇ ପଡିଲେ ପାଣିରେ; ଦେଖନ୍ତୁ ଭିଡିଓ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ। ବିଶ୍ୱାସ କରନ୍ତୁ, ଆପଣ ଚାହିଁଲେ ବି ଆପଣଙ୍କ ହସକୁ କଣ୍ଟ୍ରୋଲ କରି ରହିପାରିବେନି। ଏହି ମଜାଦାର ଘଟିଛି ଥାଇଲାଣ୍ଡରେ। ଏଠାରେ ମିସ୍ ଥାଇଲାଣ୍ଡ ପାଇଁ ଫଟୋଶୁଟ୍ ଚାଲୁଥିଲା। ଫଟୋଶୁଟ୍ ପାଇଁ ଗୋଟେ ପୋଲ ଉପରେ ପ୍ରାୟ ୩୦ ଜଣ ମଡେଲ ଛିଡ଼ା ହୋଇ ପୋଜ୍ ଦେଉଥିଲେ। କ୍ୟାମେରାମ୍ୟାନ୍ ଫଟୋ ଉଠାଉଥିଲେ। ଆଉ ଠିକ ସେତିକିବେଳେ ପୋଲଟି ଛିଡ଼ିଗଲା । ଆଉ ସବୁ ମଡେଲ ଯାଇ ଏକାଥରେ ପଡିଲେ ପୋଖରୀ ଭିତରେ।

bridgeeଏହି ଅଘଟଣ ଥାଇଲାଣ୍ଡର ଚାଙ୍ଗ ମଇରେ ଘଟିଛି। ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ମଡେଲ୍ସଙ୍କ ସହିତ ଏପରି ଅଘଟଣ ଘଟିଗଲା। ପୋଲ ଉପରେ ଯେତେବେଳେ ସବୁ ମଡେଲ ଛିଡ଼ା ହୋଇ ଫଟୋ ପାଇଁ ପୋଜ୍ ଦେଉଥିଲେ, ସେତିକିବେଳେ ପୋଲଟି ଛିଡିଗଲା ଆଉ ସମସ୍ତେ ଯାଇ ପଡିଲେ ପାଣି ଭିତରେ। ଆଉ ଏ ପୂରା ଦୃଶ୍ୟକୁ ଦେଖିଲେ ଆପଣ ହସକୁ ରୋକିପାରିବେନି।

rescueଏହି ଦୁର୍ଘଟଣାରେ ତିନି ଜଣ ମଡେଲଙ୍କୁ ଅଧିକ ଆଘାତ ଲାଗିଥିବାବେଳେ ଅନ୍ୟ ମଡେଲ୍ ସାମାନ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ଏହି ମଡେଲଙ୍କର ଫଟୋଶୁଟ୍ ଗୋଟେ କାଫେରେ ହେଉଥିଲା। କାଫେ ମାଲିକ ମଧ୍ୟ ଏହି ଅଘଟଣ ପାଇଁ ମଡେଲଙ୍କର ଚିକିତ୍ସା ଖର୍ଚ୍ଚ ବାବଦକୁ ୧୨,୨୪,୧୮୮ ଟଙ୍କା ଦେଇଛନ୍ତି । ସେ କହିଛନ୍ତି ଯେ ପୋଲ ବହୁତ ମଜବୁତ ଥିଲା। ବୋଧହୁଏ ଅଧିକ ଓଜନ କାରଣରୁ ଏପରି ଘଟିଛି। ଦେଖନ୍ତୁ ଏହି ଭିଡିଓ ଏବଂ ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.