Below header

ଗର୍ଭବତୀ ଅଛନ୍ତି କି ଅଙ୍କିତା ଲୋଖଣ୍ଡେ! କଙ୍ଗନାଙ୍କ ଶୋ’ ଲକ୍‌ଅପ୍‌ରେ କଲେ ଖୁଲାସା

କଙ୍ଗନା ରାଣାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେଙ୍କ ବନ୍ଧୁତା ବେଶ୍‌ ଗଭୀର। ଉଭୟେ ଫିଲ୍ମ ମଣିକର୍ଣ୍ଣିକାରେ ଏକାଠି କାମ କରିଥିଲେ। କଙ୍ଗନା ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ନିଜ ଶୋ’ ପବିତ୍ର ରିସ୍ତାର ଅପ୍‌କମିଂ ସିଜନ୍‌କୁ ପ୍ରମୋଟ୍‌ କରିବାକୁ ଆସିଥିଲେ। ଲକ୍‌ ଅପ୍‌ ସିରିଏଲର ଏକ ନିୟମ ରହିଛି ଯେ ଯେଉଁ ସେଲିବ୍ରିଟି ଏଠାକୁ ଆସିଥାନ୍ତି, ସେମାନଙ୍କୁ ନିଜର କୌଣସି ସିକ୍ରେଟ୍‌ ସେୟାର କରିବାକୁ ପଡ଼ିଥାଏ। ଏଣୁ ଅଙ୍କିତାଙ୍କୁ ବି ଏଠାରେ ନିଜ ଜୀବନର ଏକ ରହସ୍ୟ କହିବାକୁ ପଡ଼ିଥିଲା।

ଅଙ୍କିତା ଲୋଖଣ୍ଡେ ଏ ଅବସରରେ କହିଥିଲେ ଯେ- ବିକ୍କିଙ୍କୁ ବି ଏହି ରହସ୍ୟ ବିଷୟରେ ଜଣା ନାହିଁ। ମୋତେ ଅଭିନନ୍ଦନ ଜଣାନ୍ତୁ- ମୁଁ ଗର୍ଭବତୀ ଅଛି। ତେବେ ଅଙ୍କିତାଙ୍କ ମୁହଁରୁ ଏଭଳି ଶୁଣି ଅନ୍ୟ ପ୍ରତିଯୋଗୀଙ୍କ ସମେତ ନିଜେ କଙ୍ଗନା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ କିନ୍ତୁ ଅଙ୍କିତା ହସି ଦେଇ କହିଥିଲେ- ଏପ୍ରିଲ ଫୁଲ୍‌ ବନାଉଥିଲି। ଏହାର ଜବାବରେ କଙ୍ଗନା କହିଥିଲେ- କିନ୍ତୁ ଆଜି ତ ଏପ୍ରିଲ ୧ ନୁହେଁ।

ତେବେ ଯେତେବେଳେ କଙ୍ଗନା ରାଣାଓ୍ଵତ୍‌ କହିଥିଲେ ଯେ ମୁଁ ଆଶା କରୁଛି-ତୁମ ମିଛ ସତରେ ବଦଳିଯାଉ, ସେତେବଳେ ଅଙ୍କିତା କହିଥିଲେ- ଜଲ୍‌ଦି ହେବ।
ସୂଚନାଯୋଗ୍ୟ ଯେ ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବର ୨୦୨୧ରେ ବୟଫ୍ରେଣ୍ଡ ବିକ୍କି ଜୈନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟେ ବର୍ତ୍ତମାନ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ସ୍ମାର୍ଟ ଯୋଡ଼ିରେ ଅଂଶଗ୍ରହଣ କରିଛନ୍ତି। ଏହି ଶୋ’କୁ ଉଭୟେ ମନ ଭରି ଏନ୍‌ଜୟ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.