ନବରାତ୍ରିରେ ଏହି ଖାଦ୍ୟ ଖାଇଲେ ହୋଇଥାଏ ଶୁଭ ଓ ଶରୀରକୁ ଯୋଗାଇଥାଏ ଶକ୍ତି, ତେଣୁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଆରମ୍ଭ ହୋଇଯାଇଛି ଚୈତ୍ର ମାସ ନବରାତ୍ରି। ଆଜି ହେଉଛି ନବରାତ୍ରିର ଦ୍ୱିତୀୟ ଦିନ। ପୁଣି ନବରାତ୍ରିକୁ ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ ଭାବରେ ବିବେଚନା କରାଯାଏ ବୋଲି ଆପଣ ଜାଣିଛନ୍ତି । ଏପରି ବଡ଼ ପୂଜା ପର୍ବରେ ଏମିତିକି କିଛି ଭଲ ଖାଦ୍ୟ ମଧ୍ୟ ତିଆରି କରାଯାଏ, ଯାହାକୁ ଖାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ଓ ଏହା ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ।

ଚୈତ୍ର ଏବଂ ଆଶ୍ୱିନ ମାସର ଚନ୍ଦ୍ର ପକ୍ଷରେ ଏହି ଚୈତ୍ର ନବରାତ୍ରିର ପାଳନ କରାଯାଇଥାଏ। ନବରାତ୍ରିର ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ ବୋଲି ବିବେଚନା କରାଯାଏ ଯାହା ସମଗ୍ର ଭାରତରେ ମଧ୍ୟ ବଡ଼ ପର୍ବ ଓ ଏହାକୁ ଭଲ ଭାବେ ପାଳନ କରାଯାଏ। ଏହି ଦିନ ମାତା ଭଗବତୀଙ୍କୁ ପୂଜା କରାଯାଏ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉପବାସ ମଧ୍ୟ ରଖାଯାଏ । ଏହା ସହିତ, କିଛି ଖାଦ୍ୟ ସାମଗ୍ରୀ ତିଆରି କରାଯାଏ ଯାହା ଖାଇବା ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଆସନ୍ତୁ ଆପଣଙ୍କୁ ସେହି ଖାଦ୍ୟ ଗୁଡ଼ିକ ବିଷୟରେ କହିବା, ଯାହାକି ନବରାତ୍ରିରେ ମା’ ଭଗବତୀଙ୍କୁ ଅର୍ପଣ ମଧ୍ୟ କରାଯାଏ। ଏହି ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି ଓ ଏହାର ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି ।

ନଡ଼ିଆ:

COCONUT
picture credit-PRABHASAKHI

 

ହିନ୍ଦୁ ଧର୍ମରେ ନଡ଼ିଆକୁ ଶୁଭ ବୋଲି ବିବେଚନା କରାଯିବା ସହ ଏହାକୁ ପ୍ରଥମ ଶୁଭ ଫଳ ମଧ୍ୟ କୁହାଯାଏ ଏବଂ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଘରେ ପୂଜା କରାଯାଏ । ଏମିତିକି ଗାଡ଼ି କିଣିବା ସମୟରେ ମଧ୍ୟ ନଡ଼ିଆ ପୂଜା କରାଯାଏ। ନଡ଼ିଆ ବିନା ପୂଜାପାଠ କରାଯାଏ ନାହିଁ। ତେଣୁ ଏହା ଖାଇବା ଦ୍ଵାରା ଶୁଭ ହୋଇଥାଏ ଓ ଏହାକୁ ଖାଇଲେ ଅନେକ ରୋଗ ମଧ୍ୟ ଦୂର ହୁଏ। ସେଥି ପାଇଁ ତ ବୈଷ୍ଣୋ ମାତା ହୁଅନ୍ତୁ କିମ୍ୱା କେଦାରନାଥ, ପ୍ରସାଦ ଆକାରରେ ସବୁ ସ୍ଥାନରେ ନଡ଼ିଆ ଦିଆଯାଏ। ତେଣୁ ନବରାତ୍ରିରରେ ଆପଣ କଞ୍ଚା ନଡ଼ିଆ ମଧ୍ୟ ଖାଇପାରିବେ, ଏହା ପୁଷ୍ଟିକର ଅଟେ । ଏଥିରେ ଅନେକ ସ୍ବାସ୍ଥ୍ୟଗତ ଲାଭ ରହିଛି।

ମିଶ୍ରି:

ଦେବୀ ବୈଷ୍ଣୋ ମାତାଙ୍କ ଭୋଗ ଭାବରେ ମିଶ୍ରିକୁ ମୁଖ୍ୟ ଖାଦ୍ୟ ଭାବେ ଦିଆଯାଏ। ଏଥିରେ ମାଖନ୍ ଏବଂ ବାଦାମ ମିଶା ଯାଇଥାଏ, ସେଥିପାଇଁ ଏହାକୁ ଭଲ ଓ ଶୁଭ ଖାଦ୍ୟ ବୋଲି କୁହାଯାଏ। ଏହାକୁ ଖାଇବା ଦ୍ଵାରା ଅନେକ ରୋଗ ଦୂର ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏହାର ସ୍ୱାସ୍ଥ୍ୟଗତ ଅନେକ ଲାଭ ମଧ୍ୟ ଅଛି। ତେଣୁ ଆପଣ ଏହାକୁ ଖାଇପାରିବେ।

ମଖନ:

ଅନେକ ଲୋକ ନବରାତ୍ର ସମୟରେ ଖାଦ୍ୟ ଖାଆନ୍ତି ନାହିଁ। ନବରାତ୍ରୀ ସମୟରେ ଫଳ ଖାଇବା ଭଲ ବିକି କୁହାଯାଏ। କିନ୍ତୁ ଏହା ସହିତ ବି ମଖନ ଆପଣ ପୂଜା କରି ଖାଇପାରିବେ। ବାସ୍ତବରେ କହିବାକୁ ଗଲେ ମଖନ ଖାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାର ରହିଛି। ଏହା ସହିତ, ମଖନ ଖାଇବା ଶୁଭ ବୋଲି ଧରାଯାଏ ।

ଅଖରୋଟ: 

ନବରାତ୍ରିରେ ଅଖରୋଟ ଖାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ମଧ୍ୟ ଆପଣ ନବରାତ୍ର ଡାଏଟରେ ବା ଉପବାସରେ ଖାଇ ପାରିବେ। ଏହାକୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଏହା ବହୁତ୍ ଭଲ। ଏଥିରେ ପ୍ରୋଟିନ ଓ ଭିଟାମିନ ଅଧିକ ମାତ୍ରାରେ ରହିଛି।

ବାଦାମ: ବାଦାମରେ ପ୍ରୋଟିନ୍,ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଛି। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ନବରାତ୍ରରେ ଉପବାସ ସମୟରେ, ଆପଣ ବାଦାମ ଖାଇବା ଦରକାର୍। ଏହା ଆପଣଙ୍କୁ ଦିନସାରା ଶକ୍ତି ଯୋଗାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.