Below header

୬ ମାସର ପୁଅକୁ ଗିଟାର ଶିଖାଉଥିବାର ନଜର ଆସିଲେ ଅର୍ଜୁନ ରାମପାଲ, ଗାର୍ଲଫ୍ରେଣ୍ଡ ଶେୟାର କଲେ ଫଟୋ

ବଲିଉଡ୍‌ ଷ୍ଟାର୍‌ ଅର୍ଜୁନ ରାମପାଲ ନିଜ ଲିଟିଲ୍‌ ଚାମ୍ପ୍‌ ଅରିକ୍‌ଙ୍କ ସହ ସ୍ପେଶାଲ୍‌ ବଣ୍ଡ୍‌ ଶେୟାର କରିଥାଆନ୍ତି। ପୁଅ ସହିତ ତାଙ୍କର କ୍ୟୁଟ୍‌ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାବ୍ରିଏଲା ଗତବର୍ଷ ଜୁଲାଇ ୧୮ରେ ପୁଅ ଅରିକ୍‌ଙ୍କୁ ଜନ୍ମ ଦେଇଥିଲେ। ପୁଅର ଜନ୍ମ ପରେ କପଲ୍‌ ଗ୍ରାଣ୍ଡ ସେଲିବ୍ରେଶନ ମଧ୍ୟ କରିଥିଲେ।

ty7

ଏବେ ଗ୍ୟାବ୍ରିଏଲା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅରିକ୍‌ ଓ ଅର୍ଜୁନଙ୍କର ଏକ ଆଡୋରେବଲ୍‌ ଫଟୋ ଶେୟାର କରିଛନ୍ତି। ଏଥିରେ ଅର୍ଜୁନ ପୁଅ ପାଇଁ ଗିଟାର ବଜାଉଥିବାର ଦେଖିବାକୁ ମିଳୁଛି। ସେପଟେ ପୁଅ ଅରିକ୍‌ ବି ଡାଡିଙ୍କ ଗିଟାରକୁ ଧ୍ୟାନ ସହ ଶୁଣିଥିବାର ନଜର ଆସୁଛନ୍ତି। ଫଟୋ ଦେଖିଲେ ଲାଗୁଛି, ଅର୍ଜୁନ ପୁଅକୁ ଗିଟାର ଶିଖାଉଛନ୍ତି।

 

View this post on Instagram

 

My guys ❤️ #blessed

A post shared by Gabriella Demetriades (@gabriellademetriades) on

ପୂର୍ବରୁ ବି ଗ୍ୟାବ୍ରିଏଲା ଏକ ଫଟୋ ଛାଡ଼ିଥିଲେ, ଯେଉଁଥିରେ ଅରିକ୍‌ଙ୍କୁ ଅର୍ଜୁନଙ୍କ କୋଳରେ ଦେଖିବାକୁ ମିଳିଥିଲା। ବାପପୁଅ ଦୁହେଁ ବେଶ୍‌ ମସ୍ତି ମୁଡ୍‌ରେ ନଜର ଆସିଥିଲେ। ଅନ୍ୟପକ୍ଷରେ ଗ୍ୟାବ୍ରିଏଲା ଓ ଅର୍ଜୁନଙ୍କ ଲଭ୍‌ଷ୍ଟୋରୀ ବିଷୟରେ କହିଲେ, ୨୦୦୯ରେ ଆଇପିଏଲ୍‌ର ପରବର୍ତ୍ତୀ ପାର୍ଟିରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.