Below header

ବସ୍‌ରେ ବିଦ୍ୟୁତ ତାର ଲାଗି ଦୁର୍ଘଟଣା ଘଟଣା: ମନ୍ତ୍ରୀଙ୍କ ନିକଟକୁ ଆସିଲା ରିପୋର୍ଟ, ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ବ୍ରହ୍ମପୁର: ବ୍ରହ୍ମପୁରରେ ବସ୍‌ରେ ବିଦ୍ୟୁତ ତାର ଲାଗି ଦୁର୍ଘଟଣାରେ ଆସିଲା ତଦନ୍ତ ରିପୋର୍ଟ । ଶକ୍ତିମନ୍ତ୍ରୀଙ୍କ ପାଖରେ ରହିଛି ରିପୋର୍ଟ । ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ଲୋକସେବା ଭବନରେ ପରିବହନ ଓ ଶକ୍ତି ବିଭାଗର ଉଚ୍ଚସ୍ତରୀୟ ମିଳିତ ବୈଠକ ବସିଛି । କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେନେଇ ବୈଠକରେ ଆଲୋଚନା ଚାଲିଛି। ଏଥିରେ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି

silkcity busଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ କିପରି ଲାଗିଲା ସେ ନେଇ ତଦନ୍ତ କରାଯିବା ସହ ଭୁଲ୍ ଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ନିଜଆଡୁ ମାମଲା ରୁଜୁ କରିଛି ଗୋଳନ୍ଥରା ପୋଲିସ । ବ୍ରହ୍ମପୁର ASPଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ବସ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.