Below header

ତ୍ୱଚାରେ ଉଜ୍ୱଳତା ଆଣିଥାଏ ବେକିଂ ସୋଡା, ଏମିତି କରନ୍ତୁ ବ୍ୟବହାର

ପ୍ରତ୍ୟେକ ଯୁବତୀ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଚେହେରାରେ ସୁନ୍ଦରତା ଆଣିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଶୀତଦିନେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ। ତ୍ୱଚା ଶୁଷ୍କ ହେବା କାରଣରୁ ପୋଷଣ କମ୍‌ ହୋଇଯାଏ। ଏଥିପାଇଁ ପୋଷଣ ଜରୁରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି ବେକିଂ ସୋଡାର ବ୍ୟବହାର କରି ଆପଣ ତ୍ୱଚାରେ ଉଜ୍ୱଳତା ଆଣିପାରିବେ। ଆସନ୍ତୁ ଜାଣିବା କିପରି ସୋଡାକୁ ତ୍ୱଚା ପାଇଁ ବ୍ୟବହାର କରିବେ ..

bakingsodaandlemonjuice

ଲେମ୍ବୁ ସହିତ :

ଲେମ୍ବୁରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ। ଯାହା ପ୍ରାକୃତିକ ବ୍ଲିଚ ଭାବେ କାମ କରିଥାଏ। ଏଥିପାଇଁ ଅଧା କପ୍‌ ବେକିଂ ସୋଡାରେ ଲେମ୍ବୁ ଚିପୁଡି ଏହାକୁ ଭଲ ଭାବେ ମୁହଁରେ ହାଲକା ଭାବେ ଘଷନ୍ତୁ। ଏହାକୁ ପରେ ପାଣିରେ ଧୋଇଦିଅନ୍ତୁ। ଆପଣ ଚାହିଁଲେ ଏଥିରେ କିଛି ଅଲିଭ ଅଏଲ ଏବ ମହୁ ମିଶାଇ ପାରିବେ।

soda 11

ମହୁ ସହିତ :

ମହୁ ଆମ ତ୍ୱଚାରେ ଥିବା ବ୍ୟାକ୍ଟେରିଆ ସହିତ ଲଢିବାରେ ସହାୟକ ହୋଇଥାଏ। ଉଜ୍ୱଳ ତ୍ୱଚା ପାଇବା ପାଇଁ ବେକିଂ ସୋଡାକୁ ମହୁରେ ମିଶାଇ ମୁହଁରେ ଲଗାନ୍ତୁ । ୧୫ ମିନିଟ ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ମିଶ୍ରଣକୁ ସପ୍ତାହକୁ ଥରେ କିମ୍ବା ଦୁଇ ଥର ମୁହଁରେ ଲଗାଇଲେ ତ୍ୱଚା ଉଜ୍ୱଳ ହୋଇଥାଏ।

ଗାଧୋଇବା ପାଣିରେ :

ଗାଧୋଇବା ସମୟରେ ପାଣିରେ ଅଳ୍ପ ସୈନ୍ଧବ ଲବଣ ଏବଂ ବେକିଂ ସୋଡା ମିଶାଇ ଗାଧାନ୍ତୁ। ଏହାଦ୍ୱାରା ତ୍ୱଚା ଉଜ୍ୱଳ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.